ETV Bharat / state

ସୁସ୍ଥବ୍ୟକ୍ତିକୁ କୋଭିଡ କେନ୍ଦ୍ରରେ ଭର୍ତ୍ତି ଅଭିଯୋଗ, ସଂକ୍ରମିତଙ୍କ ପରିବାର ପକ୍ଷରୁ ଭିଡ଼ିଓ ଜାରି - Covid Center In Subarnapur

ସୁବର୍ଣ୍ଣପୁର ସହରର ପଟାଭାଡ଼ି ଅଞ୍ଚଳରେ ଭୁଲବଶତଃ ଜଣେ ସୁସ୍ଥ ବ୍ୟକ୍ତିକୁ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି।

subarnapur
ସୁସ୍ଥବ୍ୟକ୍ତିକୁ କୋଭିଡ କେନ୍ଦ୍ରରେ ଭର୍ତ୍ତି ଅଭିଯୋଗ
author img

By

Published : Aug 12, 2020, 12:22 PM IST

ସୁବର୍ଣ୍ଣପୁର: କୋଭିଡ ପରିଚାଳନା କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଅଭିଯୋଗ । ସୁବର୍ଣ୍ଣପୁର ସହରରେ ଭୁଲବଶତଃ ଜଣେ ସୁସ୍ଥ ବ୍ୟକ୍ତିକୁ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ସହରର ପଟାଭାଡ଼ି ଅଞ୍ଚଳରେ ।

subarnapur
ସୁସ୍ଥବ୍ୟକ୍ତିକୁ କୋଭିଡ କେନ୍ଦ୍ରରେ ଭର୍ତ୍ତି ଅଭିଯୋଗ

ସହରର ପଟାଭାଡ଼ିର ଗୋଟିଏ ପରିବାରରେ ଦୁଇ ଜଣ କୋରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ। ହେଲେ ସ୍ବାସ୍ଥ୍ୟକର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ କୋରୋନା ସଂକ୍ରମିତଙ୍କୁ ନେବା ପରିବର୍ତ୍ତେ ଭୁଲବଶତଃ ଜଣେ ସଂକ୍ରମିତ ଓ ଜଣେ ସୁସ୍ଥ ବ୍ୟକ୍ତିକୁ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସଂକ୍ରମିତ ପରିବାରର ଜଣେ ସଂକ୍ରମିତ ବ୍ୟକ୍ତି ଘଟଣାର ନିନ୍ଦା କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୁସ୍ଥ ବ୍ୟକ୍ତିକୁ ଛାଡ଼ିଦେବା ପାଇଁ ଏକ ଭିଡ଼ିଓ ବାର୍ତାରେ ଅନୁରୋଧ କରିଛନ୍ତି। ସୁସ୍ଥ ବ୍ୟକ୍ତିକୁ କୋଭିଡ କେନ୍ଦ୍ରରେ ଭର୍ତ୍ତି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.