ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରକୁ ଦୁଇ କୋଟି ଟଙ୍କାର ଅନୁଦାନ

author img

By

Published : Apr 2, 2021, 9:54 PM IST

ସୁବର୍ଣ୍ଣପୁର କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରକୁ ରାଜ୍ୟ ସରକାର ଦୁଇ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ପାତାଳୀ ଶ୍ରୀକ୍ଷେତ୍ରକୁ ଦୁଇ କୋଟି ଟଙ୍କାର ଅନୁଦାନ
ପାତାଳୀ ଶ୍ରୀକ୍ଷେତ୍ରକୁ ଦୁଇ କୋଟି ଟଙ୍କାର ଅନୁଦାନ

ସୁବର୍ଣ୍ଣପୁର: କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରକୁ ରାଜ୍ୟ ସରକାର ଦୁଇ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପର୍ଯ୍ୟଟନ ପୀଠର ବିକାଶ ପାଇଁ ବିଳମ୍ବରେ ହେଲେ ବି ସରକାର ଅନୁଦାନ ଯୋଗାଇ ଦେଇଥିବାରୁ ଜିଲ୍ଲାବାସୀ ଏହାକୁ ସ୍ୱାଗତ କରିବା ସହିତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣେଇଛନ୍ତି ।

ସ୍ଥାନୀୟ ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରୟାସ ଫଳରେ ଏହି ପର୍ଯ୍ୟଟନ ପୀଠର ବିକାଶ ହୋଇ ପାରିଛି ବୋଲି ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ଏହି ପାବନ ପୀଠର ବିକାଶ ପାଇଁ ରାଜ୍ୟ ଯୋଜନା ଓ ଉନ୍ନୟନ ବିଭାଗ ପକ୍ଷରୁ ଦୁଇ କୋଟି ଟଙ୍କା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଇଛି ।

ଯୋଜନା ବିଭାଗର ପତ୍ର ସଂଖ୍ୟା 4662 ତାରିଖ 30 ମାର୍ଚ୍ଚ 2021 ଅନୁଯାୟୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଜିଲ୍ଲା କୋଷାଗାରରୁ ଅନୁଦାନ ରାଶି ନେଇ ବିକାଶ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ କୁହାଯାଇଛି । ତେବେ ଆଗରୁ ବିଭିନ୍ନ ସମୟରେ ରାଜନୈତିକ ନେତା ମାନେ ରୋପୱେ ପରି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏହି ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଆରମ୍ଭ କରି ଏହି ପର୍ଯ୍ୟଟନୀୟ ପୀଠର ଶ୍ରୀବୃଦ୍ଧିରେ ସହାୟକ ହେବା ପାଇଁ ଜିଲ୍ଲାବାସୀ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.