ETV Bharat / state

9 ଟି ଚୋରି ବାଇକ ଜବତ, ଅଭିଯୁକ୍ତ ଗିରଫ - ସୁବର୍ଣ୍ଣପୁରରେ ବାଇକ ଚୋର ଗିରଫ

ସୁବର୍ଣ୍ଣପୁର ଟାଉନ ଥାନା ପୋଲିସ ଏକ ମୋଟର ସାଇକେଲ ରାକେଟର ପର୍ଦାଫାସ କରିବାରେ ସଫଳତା ପାଇଛି । ଚୋରି ରାକେଟର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ 9 ଗୋଟି ମୋଟର ସାଇକେଲ ଉଦ୍ଧାର କରି ପାରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

9 ଟି ଚୋରି ବାଇକ ଜବତ, ଅଭିଯୁକ୍ତ ଗିରଫ
9 ଟି ଚୋରି ବାଇକ ଜବତ, ଅଭିଯୁକ୍ତ ଗିରଫ
author img

By

Published : Jul 6, 2020, 8:55 PM IST

ସୁବର୍ଣ୍ଣପୁର: ଲକଡାଉନରେ ବଢିଚାଲିଛି ଚୋରଙ୍କ ରାଜ । ସୁବର୍ଣ୍ଣପୁର ଟାଉନ ଥାନା ପୋଲିସ ଏକ ମୋଟର ସାଇକେଲ ରାକେଟର ପର୍ଦାଫାଶ କରିବାରେ ସଫଳତା ପାଇଛି । ଚୋରି ରାକେଟର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ 9 ଗୋଟି ମୋଟର ସାଇକେଲ ଉଦ୍ଧାର କରି ପାରିଛି । ଏହି ଚୋରି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ପୋଲିସ ଅନୁସନ୍ଧାନ କରୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସୂଚନା ଦେଇଛନ୍ତି।

9 ଟି ଚୋରି ବାଇକ ଜବତ, ଅଭିଯୁକ୍ତ ଗିରଫ

ସୋମବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଚୋରି ରାକେଟ ସମ୍ପର୍କରେ ସୂଚନା ଦେବା ସହିତ ଚାରୋଟି ମୋଟର ସାଇକେଲ କେସ ସମାଧାନ ହୋଇଥିବା କହିଛନ୍ତି । ଜିଲ୍ଲାର ବିରମହରାଜପୁର ଥାନା ଅନ୍ତର୍ଗତ ସହରାପାଲି ଗାଁର 27 ବର୍ଷୀୟ ଆକାଶ ମେହେର ସୁବର୍ଣ୍ଣପୁର ସହରର ମଝିପଡ଼ାରେ ଏକ ଘର ଭଡାନେଇ ରହୁଥିଲେ। ଚୋରି ମୋଟର ସାଇକେଲ ନିଜ ଭଡା ଘରକୁ ଆଣି ମୋଟର ସାଇକେଲଗୁଡ଼ିକର ବିଭିନ୍ନ ପାର୍ଟ ସବୁ ବଦଳେଇବା ସହିତ ରିମୋଡେଲ କରୁଥିଲେ।

ତେବେ ପୋଲିସ ନିଜ ସୂତ୍ରରୁ ଖବର ନେଇ ଅଭିଯୁକ୍ତକୁ ଗିରଫ କରିବା ସହିତ ଚୋରି ମୋଟରସାଇକେଲ ଗୁଡ଼ିକ ଉଦ୍ଧାର କରିବାରେ ସଫଳ ହୋଇଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.