ETV Bharat / state

ବାରହା ପାଇଁ ବିଦ୍ୟୁତ ଜାଲ, ବଳି ପଡିଲେ ଗାଈ - shocked

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ପାଲି ଜଙ୍ଗଲରେ ବିଦ୍ୟୁତ ସଂସ୍ପର୍ଶରେ ଆସି 6ଟି ଗୋରୁଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ଯ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 15, 2019, 11:31 AM IST

ସୁବର୍ଣ୍ଣପୁର: ବିଦ୍ୟୁତ ଆଘାତରେ 6ଟି ଗାଈଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ପାଲି ଜଙ୍ଗଲରେ ବିଦ୍ୟୁତ ସଂସ୍ପର୍ଶରେ ଆସି 6ଟି ଗାଈଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ସିଂହାସନ ଜଙ୍ଗଲର ବଡନାଳ ନିକଟରେ କେହି ଦୁର୍ବୃତ୍ତ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ । ତେବେ ଜଙ୍ଗଲରେ ଗାଈମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ତେବେ ମୃତ ଗାଈ ଗୁଡିକ ଖଜୁରିଆ ପାଲି ଗାଁର ସତ୍ୟଜିତ ଗଡୁଆଙ୍କର ବୋଲି ଜଣାପଡିଛି । ଏଥିସହ ଖବର ପାଇ ବନ ବିଭାଗର କର୍ମଚାରୀ ଓ ପୋଲିସ ପହଞ୍ଚି ବିଛାଯାଇଥିବା ବିଦ୍ୟୁତ ତାର ସବୁ ଜବତ କରିଛନ୍ତି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ସୁବର୍ଣ୍ଣପୁର

ତେବେ ଜିଲ୍ଲାର ଜଙ୍ଗଲିଆ ଅଞ୍ଚଳରେ ଅନେକ ସମୟରେ ବାରହା ଶିକାର କରିବାକୁ ଲୋକେ ଏଭଳି ତାର ବିଛାଉଛନ୍ତି । ଯାହାଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଭିନ୍ନ ଜୀବଜନ୍ତୁ ମୃତାହତ ହେଉଛନ୍ତି । କିନ୍ତୁ ଏହାପରେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହାଫଳରେ ବାରମ୍ବାର ଏଭଳି ଅଘଟଣମାନ ଦେଖିବାକୁ ମିଳୁଛି । ତେବେ ଗୋରୁପାଳକ ସତ୍ୟଜିତ ଗଡୁଆଙ୍କୁ କ୍ଷତିପୂରଣ ଦେବା ସହିତ ଜଂଗଲିଆ ଗାଁ ଗୁଡିକରେ ସଚେତନତା ସୃଷ୍ଟି କରିବା ପାଇଁ ଗାଁ ଲୋକେ ବନ ବିଭାଗ ପାଖରେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

prabir 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.