ETV Bharat / state

ବିରମହାରାଜପୁରରେ ହେବ 50 ଶଯ୍ୟା ବିଶିଷ୍ଟ ICU କୋଠା, ପ୍ରତିକ୍ରିୟା ରଖିଲା BJP

author img

By

Published : May 30, 2022, 1:39 PM IST

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଚିକିତ୍ସାଳୟର ଭିତ୍ତିଭୂମିର ବିକାଶ ନେଇ ପ୍ରତିକ୍ରିୟା ରଖିଛି ଜିଲ୍ଲା ବିଜେପି । ଅଧିକ ପଢ଼ନ୍ତୁ

foundation of 50 bedded icu hospital in subarnapur
ବୀରମହାରାଜପୁର ଚିକିତ୍ସାଳୟ ଭିତ୍ତିଭୂମୀର ବିକାଶ, ନିର୍ମାଣ ହେବ ୫୦ ଶଯ୍ୟା ବିଶିଷ୍ଟ ଆଇସିୟୁ କୋଠା

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଚିକିତ୍ସାଳୟର ଭିତ୍ତିଭୂମିର ବିକାଶ ପାଇଁ ଅଣ୍ଟାଭିଡିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ବର୍ଷ ତମାମ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଇଁ ଚର୍ଚ୍ଚାରେ ରହୁଥିବା ଚିକିତ୍ସାଳୟରେ 50 ଶଯ୍ୟା ବିଶିଷ୍ଟ ଆଇସିୟୁ କୋଠା ନିର୍ମାଣ ହେବା ନେଇ ଘୋଷଣା କରାଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ନେତା ବଳଦେବ ବେଦବାଗ । ସରକାରଙ୍କ କଥା ଯେପରି ପ୍ରତିଶୃତିରେ ନ ରୁହେ ସେନେଇ ଦୃଷ୍ଟି ଦେବାକୁ ସେ କହିଛନ୍ତି ।

ଚିକିତ୍ସାଳୟର ବିକାଶ ପାଇଁ ତିନି ମହଲା ଓ ଲିପ୍ଟ ବ୍ୟବସ୍ଥା ଥିବା ଏହି କୋଠା ପାଇଁ 16 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡିଛି । 22640 ବର୍ଗ ଫୁଟ ପରିମିତ ଜମିରେ ଆଇସିୟୁ କୋଠାରେ 25 ଶଯ୍ୟା ଶିଶୁମାନଙ୍କ ପାଇଁ ଏବଂ 25 ଶଯ୍ୟା ବୟସ୍କ ମାନଙ୍କ ପାଇଁ ସଂରକ୍ଷିତ କରାଯିବ । ତେବେ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଅଭାବରୁ ଜନସାଧାରଣ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅବା ବୁର୍ଲା ଚିକିତ୍ସାଳୟ ଉପରେ ନିର୍ଭର କରି ଆସୁଛନ୍ତି ।

ଅଧିକାଂଶ ସମୟରେ ବିଶେଷଜ୍ଞ, ଡାକ୍ତର,ଷ୍ଟାଫ ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଆବଶ୍ୟକ ଭିତ୍ତିଭୂମିର ଅଭାବ ଦେଖିବାକୁ ମିଳୁଛି । ତେବେ ଏହି କୋଠା ନିର୍ମାଣକୁ ଦଳମତ ନିର୍ବିଶେଷରେ ସଭିଏଁ ସ୍ବାଗତ କରିଛନ୍ତି । ହେଲେ ବିଜେଡି ନେତୃମଣ୍ଡଳୀ ପାଟିରେ ବାହାସ୍ପୋଟ ନ ମାରି କାର୍ଯ୍ୟରେ ପରିଣତ କରିବା ପାଇଁ ଜିଲ୍ଲା ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି । ସେପଟେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତୁରନ୍ତ ଆଇସିୟୁ କୋଠା ନିର୍ମାଣ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.