ETV Bharat / state

ଲାଞ୍ଚୁଆ ହସ୍ପିଟାଲ କର୍ମଚାରୀଙ୍କୁ ବିଦା କଲେ ଜିଲ୍ଲାପାଳ, 2 ନିଲମ୍ବିତ - 3 suspended in subaranapur medical

ଲାଞ୍ଚ ମାମଲାରେ ତିନି ହସ୍ପିଟାଲ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ସୁବର୍ଣ୍ଣପୁର ଜିଲ୍ଲାପାଳ 2 ଜଣ ମେଡିକାଲ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଓ ଜଣଙ୍କୁ ବହିଷ୍କୃତ କରିଛନ୍ତି । ସେମାନେ ପ୍ରସୂତିଙ୍କ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା ।

3 suspended
ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
author img

By

Published : Dec 29, 2019, 8:12 PM IST

ସୁବର୍ଣ୍ଣପୁର: ଲାଞ୍ଚଖିଆ କର୍ମଚାରୀଙ୍କ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ଲାଞ୍ଚ ନେଇ ଚାକିରିରୁ ନିଲମ୍ବିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 2 କର୍ମଚାରୀ ଓ ଜଣଙ୍କୁ ବହିଷ୍କୃତ କରାଯାଇଛି । ଏମାନେ ହେଲେ ଷ୍ଟାଫ ନର୍ସ ଭାଗ୍ୟବତୀ ସା, ସୁଇପର କୌଶଲ୍ୟା ବାଘ ଓ ଠିକା କର୍ମଚାରୀ ସୁସ୍ମିତା ମହାରଣା ।

ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏହି କର୍ମଚାରୀ ମାନେ ଗତ ଶୁକ୍ରବାର ପ୍ରାୟ 15ଜଣ ପ୍ରସୂତିଙ୍କ ସମ୍ପର୍କୀୟଙ୍କ ଠାରୁ ହଜାର ଟଙ୍କା ଲେଖାଏଁ ଜୋର ଜବରଦସ୍ତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଜାଣିବା ପରେ ଖୋଦ୍ ଜିଲ୍ଲା ମେଡିକାଲ ଆସି ଘଟଣାର ଯାଞ୍ଚ କରିବା ପରେ 3ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Ready to publish. Edited story.
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଞ୍ଚ କାରବାର ମାମଲାରେ ତିନି ଜଣ କର୍ମଚାରୀଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଛି।ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଚିକିତ୍ସାଳୟକୁ ଆଜି ଛୁଟି ଦିନରେ ଅଚାନକ ପରିଦର୍ଶନରେ ଆସି ଲାଞ୍ଚ ମାମଲାର ତଦନ୍ତ କରିଥିଲେ।ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଦୁଇ ଜଣ ନିୟମିତ କର୍ମଚାରୀ ଓ ଜଣେ ଠିକା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।ଷ୍ଟାଫ ନର୍ସ ଭାଗ୍ୟବତୀ ସା ,ସୁଇପର କୌଶଲ୍ୟା ବାଘଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବେଳେ ଠିକା କର୍ମଚାରୀ ସୁସ୍ମିତା ମହାରଣାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି।

Body:ଗତ ଶୁକ୍ରବାର ରାତିରେ ପ୍ରାୟ 15ଜଣ ପ୍ରସୂତିଙ୍କ ସମ୍ପର୍କୀୟଙ୍କ ପାଖରୁ 1000 ଟଙ୍କା ଲେଖାଏଁ ଜୋର ଜବରଦସ୍ତ ଲାଞ୍ଚ ନେଇଥିଲେ।ଶନିବାର ସକାଳୁ ଏହି ଘଟଣା ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଥିଲା।ଏହି ଘଟଣା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ଆଜି ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବାଇଟ1 ମନୀଷା ବାନାର୍ଜୀ , ଜିଲ୍ଲାପାଳ , ସୁବର୍ଣ୍ଣପୁର।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.