ETV Bharat / state

କାର ଭିତରୁ ତିନି ଲକ୍ଷ ଟଙ୍କା ଜବତ, ଡ୍ରାଇଭର ଅଟକ - today

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁଠି ଚେକିଂ ଚାଲିଥିବା ବେଳେ ଏକ ଘରୋଇ ଗାଡିକୁ ଜବତ କରିଛି ପୋଲିସ । ବଲାଙ୍ଗୀର-ସୁବର୍ଣ୍ଣପୁର 56 ନମ୍ବର ଜାତୀୟ ରାଜପଥ ନିକଟରେ ଏକ କାର ଭିତରୁ ତିନି ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Mar 30, 2019, 3:27 PM IST

ସୁବର୍ଣ୍ଣପୁର: ବଲାଙ୍ଗୀର-ସୁବର୍ଣ୍ଣପୁର 56 ନମ୍ବର ଜାତୀୟ ରାଜପଥ ନିକଟରେ ଏକ କାର ଭିତରୁ ତିନି ଲକ୍ଷ ଟଙ୍କା ଜବତ । ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁଠି ଚେକିଂ ଚାଲିଥିବା ବେଳେ ଏକ ଘରୋଇ ଗାଡିକୁ ଜବତ କରିଛି ପୋଲିସ । ଗାଡି ମାଲିକକୁ ଅଟକ ରଖି ପୋଲିସ ପଚରା ଉଚରା କରୁଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଶାସନର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ହରଡଖୋଲ ନିକଟ ରାସ୍ତା ଉପରେ ଚେକିଂ କରୁଥିଲେ । ଗାଡିମାଲିକ ନିଜେ ଡ୍ରାଇଭିଂ କରି ସୁବର୍ଣ୍ଣପୁର ସହର ଭିତରକୁ ଆସୁଥିବା ବେଳେ ପୋଲିସ ଗାଡି ମାଲିକକୁ ପଚରା ଉଚୁରା କରିଥିଲା ।

ହେଲେ ମାଲିକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବାରୁ ଗାଡି ଚଲାସି କରାଯାଇଥିଲା । କେଉଁ କାରଣ ପାଇଁ ଗାଡି ମାଲିକ ଏତେ ଟଙ୍କା ନେଉଥିଲେ ତାହର ଅଧିକ ତଦନ୍ତ କରୁଛି ପୋଲିସ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.