ETV Bharat / state

ମକର ଯାତ୍ରାକୁ ଯାଇ ଆଉ ଫେରିଲେନି: ରାସ୍ତାରେ ପିଟି ଦେଲା ବାଇକ, 2 ମୃତ

ଧାନଖଣ୍ଡି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ୨ ନୀରିହ ଜୀବନ । ଅଧିକ ପଢ଼ନ୍ତୁ

Road accident
ସଡ଼କ ଦୁର୍ଘଟଣା
author img

By

Published : Jan 16, 2023, 7:22 AM IST

ସଡ଼କ ଦୁର୍ଘଟଣା

ସୁବର୍ଣ୍ଣପୁର: ଧାନଖଣ୍ଡି ଛକ ନିକଟରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ମୃତକ ଦୁଇଜଣ ହେଲେ କଣ୍ଟାମାଳ ଥାନା ସୁଲିଆ ଗାଁର ନବୀନ ଦନ୍ତା ଓ କଣ୍ଟାମାଳର ନାବାଳକ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ।

ଏମାନେ ପଲସାଗୋରାରୁ ମକରଯାତ୍ରା ଦେଖି ଫେରୁଥିଲେ । ସେହି ସମୟରେ ଏକ ବାଇକ ହଠାତ୍ ସାମ୍ନାପଟକୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ନବୀନ ଓ ସୌମ୍ୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବାକି ୨ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବରପାଇ କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

କାଳହେଲା ମକର ମେଳା । ମକର ଯାତ୍ରା ଦେଖିବା ପାଇଁ ଘରୁ ଖୁସିରେ ବାହାରିଥିଲେ । ହେଲେ କିଏ ବା ଜାଣିଥିଲା ତାଙ୍କର ଏହି ଯାତ୍ରା ଶେଷ ଯାତ୍ରା ବୋଲି । ଯାତ୍ରା ବୁଲିବେ ମଜା କରି ଘରକୁ ଆସିବେ । ହେଲେ ବାଟରେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା । ସାମ୍ନାକୁ ଆସିଗଲା ବାଇକ । ଆଉ ସେହି ବାଇକ ଧକ୍କାରେ ଚାଲିଗଲା ଦୁଇ ନୀରିହ ଜୀବନ । ନବୀନ ଓ ସୌମ୍ୟଙ୍କ ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ।

କିଛି ବୁଝିବା ଆଗରୁ ସବୁକିଛି ଶେଷ ହୋଇଯାଇଛି । ଘରକୁ ଆଉ ପୁଅ ଫେରିବନି ଭାବି ଚେତା ହରାଇ ବସୁଛି ମାଆ । ଘର ଦୁଆର ମୁହଁରେ ପହଞ୍ଚିଛି ୨ ମୃତଦେହ । ହେଲେ ତାକୁ ଦେଖିବା ପାଇଁ ୨ ପରିବାର ପାଖରେ ନାହିଁ ସତସାହାସ । କିଏ ଓ କାହିଁକି ଏମିତି ଘଟାଇଲା ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ହେଲେ ଉତ୍ତର ଦେବ କିଏ ? ସେପଟେ ମୃତକଦ୍ବୟଙ୍କ ବାପା ମଧ୍ୟ ନିଜ ପୁଅକୁ ହରାଇ ମୁଣ୍ଡ ପିଟି କାନ୍ଦୁଛନ୍ତି । ଆଉ ଭଗବାନଙ୍କୁ ନିନ୍ଦୁଛନ୍ତି । କାହିଁକି ଏଭଳି ଦୁଃଖର ଦିନ ଦେଖାଇଲ ବୋଲି ଭଗବାନଙ୍କୁ ପଚାରୁଛନ୍ତି ।

ଏ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାରର ଲୋକେ । ଏଠାରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି । ଅନେକ ସମୟରେ ଅକାଳରେ ଚାଲିଯାଉଛି ବହୁ ଜୀବନ । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.