ସୁବର୍ଣ୍ଣପୁର: ସୋନପୁର ଥାନା ବଡବାହାଲି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ । ମୃତ ଦୁଇ ଜଣ ହେଲେ କେଦାର ଦାସ ଓ ବିଜୟ ମେଣ୍ଡେଳି । କେଦାରଙ୍କ ଘର ବୀରମହାରାଜପୁର ବ୍ଲକ ଖୁଣ୍ଟୁଲାପାଲି ଗାଁରେ ଏବଂ ବିଜୟଙ୍କ ଘର କୋଟସମଲାଇ ଗାଁରେ ।
ଉଭୟ ବିଳମ୍ବିତ ରାତିରେ ବଲାଙ୍ଗୀରରୁ ଏକ ବିବାହ ଭୋଜି ଖାଇ ନିଜ ଗାଁକୁ ଫେରୁଥିଲେ । 57 ନମ୍ବର ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ ତାଙ୍କ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା ।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ସୋନପୁର ଡାକ୍ତରଖାନାକୁ ଅଣାଯାଇଥିଲା ।ଡାକ୍ତରଖାନାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୋଲିସ ଉଭୟ ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ