ସୁବର୍ଣ୍ଣପୁର: ଜିଲ୍ଲାରେ ପ୍ରାୟ 1500 ଜଣଙ୍କ ସ୍ବାବ ପଠାଯାଇଥିବା ସୂଚନା ଦେଲେ ଜିଲ୍ଲାପାଳ ମନୀଷା ବାନାର୍ଜୀ । ଏଯାଏଁ 1200 ନେଗେଟିଭ ରିପୋର୍ଟ ମିଳିଥିବା ବେଳେ କେବଳ ଜଣଙ୍କର ପଜିଟିଭ ରିପୋର୍ଟ ମିଳିଛି ।
ତେବେ ଡୁଙ୍ଗୁରିପାଲି ଟିଏମସିରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ସ୍ବାବ ସଂଗ୍ରହ କରି ପଠାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସ୍ବାବ ପଠାଯାଇଥିବା ଆହୁରି 200ରୁ ଅଧିକ ରିପୋର୍ଟ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇନାହିଁ । ତେବେ କୋରୋନା ପିଜିଟିଭ ବ୍ୟକ୍ତିଙ୍କୁ ହିକୁଡିରେ ଥିବା କୋଭିଡ-19 ହସ୍ପିଟାଲକୁ ଅଣାଯାଇ ଏଠାରେ ଆବଶ୍ୟକ ଚିକିତ୍ସା କରାଯାଉଥିବା ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ