ସମ୍ବଲପୁର: ଏଥର ନୂଆବର୍ଷରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ । ଏନେଇ ସମ୍ବଲପୁର ଏସପି ବି ଗଙ୍ଗାଧର ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି । ବିନା ଅନୁମତିରେ ଯଦି କେହି ଜିରୋ ନାଇଟ ସେଲିବ୍ରେସନ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ଯଦି କୌଣସି ବ୍ୟକ୍ତି ବିନା ଅନୁମତିରେ ଜିରୋ ନାଇଟ ସେଲିବ୍ରେସନ କରେ ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି । ସେହିପରି ଡିସେମ୍ବର 31 ତାରିଖ ରାତିରେ ପୋଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ