ସମ୍ବଲପୁର: ଶିଶୁ ଯୌନ ଉତ୍ପୀଡ଼ନ ଓ ଗଣମାଧ୍ୟମର ଭୂମିକା ଶୀର୍ଷକ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଶିଶୁ ଯୌନ ଉତ୍ପୀଡ଼ନ ନିବାରଣ, ପୋକ୍ସୋ ଆକ୍ଟ , କିଶୋର ନ୍ୟାୟ ଆକ୍ଟ ଉପରେ ଗଣମାଧ୍ୟମର ଭୂମିକା ଉପରେ ବିଶେଷ କରି ଆଲୋଚନା କରାଯାଇଥିଲା । ଏଥିସହ ବର୍ତ୍ତମାନ ପରିସ୍ଥିତିରେ ଶିଶୁ କନ୍ୟାମାନଙ୍କ ଯୌନ ଉତ୍ପୀଡ଼ନ ଶିକାର ହେଉଥିବା ଘଟଣା ବଢି ଚାଲିଥିବାବେଳେ ଏହାକୁ ରୋକିବାରେ ଗଣମାଧ୍ୟମର ଭୂମିକା କିପରି ରହିବ, ସେ ବିଷୟରେ ଆଲୋଚନା କରାଯାଇଥିଲା।
ସମ୍ବଲପୁରର ଆଦର୍ଶ ଅନୁଷ୍ଠାନ, ପିକକ, ଏନଏସିଜି, ଓ୍ବାଇଲ୍ଡ ଭିଜନ ସହାୟତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମ୍ବଲପୁରର ବହୁ ଗଣମାଧ୍ୟମ ପ୍ରତିନିଧି , CWC ର ସଭ୍ୟ, NYK ର ପ୍ରତିନିଧି ,ସମ୍ବଲପୁର ପ୍ରେସ କ୍ଳବର ସବୁ ସଭ୍ୟମାନେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା , ଇଟିଭି ଭାରତ