ETV Bharat / state

ସମ୍ବଲପୁର କଂଗ୍ରେସରେ ଅନ୍ତଃକନ୍ଦଳ, କାର୍ଯ୍ୟାଳୟରେ ଉତ୍ତେଜନା

ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ ଓ ଗତଥରର ସମ୍ବଲପୁର ବିଧାୟକ ପ୍ରାର୍ଥୀ ଅଶ୍ବିନୀ ପୂଜାହାରୀଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା । ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଉପସ୍ଥିତିରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ।

author img

By

Published : Jun 26, 2019, 7:36 PM IST

Updated : Jun 26, 2019, 8:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଉତ୍ତେଜନା । ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ ଓ ଗତ ଥରର ସମ୍ବଲପୁର ବିଧାୟକ ପ୍ରାର୍ଥୀ ଅଶ୍ବିନୀ ପୂଜାହାରୀଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଜଣା ପଡ଼ିଛି । କଂଗ୍ରେସ ପରାଜୟ ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ଆସିଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଉପସ୍ଥିତିରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ଆସିଥିବା ଜର୍ଜ ତୀର୍କି ଓ ଜ୍ଞାନ ରଞ୍ଜନ ବେଉରାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଛି । ତେବେ ଏହା ଦଳ ଭିତରର କଳହ ନୁହେଁ ବରଂ ଜଣେ ଅନ୍ୟ ଦଳର ଯୁବକ ଆସି ଏପରି ପରିସ୍ଥିତି ଉପୁଜାଇଥିଲେ ବୋଲି କଂଗ୍ରେସ ନେତା ଜ୍ଞାନ ରଞ୍ଜନ ବେଉରା କହିଛନ୍ତି ।

ଏହି କମିଟି ବୁଧବାର ଜିଲ୍ଲା କଂଗ୍ରେସର ବିଭିନ୍ନ କମିଟି ସହ ଆଲୋଚନା ପରେ ପିସିସିକୁ ରିପୋର୍ଟ ପ୍ରଦାନ କରିବ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

FGDFGS

Conclusion:
Last Updated : Jun 26, 2019, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.