ETV Bharat / state

ସ୍କୁଲ ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

author img

By

Published : Nov 8, 2020, 10:27 AM IST

ସମ୍ବଲପୁର ଜିଲ୍ଲା ବତେମୁରା ପଞ୍ଚାୟତର କୁକୁଡିପାଲି ଗାଁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ସ୍କୁଲ ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ସମ୍ବଲପୁର:ମାନେଶ୍ବର ବ୍ଲକ ଅନ୍ତର୍ଗତ ବତେମୁରା ପଞ୍ଚାୟତର କୁକୁଡିପାଲି ଗାଁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଘଟଣା ନେଇ ଜିଲ୍ଲାପାଲଙ୍କ ଦ୍ବାରସ୍ଥ ହୋଇଛନ୍ତି ଗାଁ ଲୋକ ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଯେଉଁ ଜିଲ୍ଲା ସ୍କୁଲଗୁଡିକରେ 20ରୁ କମ ଛାତ୍ରଛାତ୍ରୀ ରହିଥିବେ ସେଗୁଡିକୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ହୋଇଛି । କୁକୁଡିପାଲି ଗାଁର ପ୍ରାଥମିକ ବିଦ୍ୟାଳୟରେ 27ଜଣ ଛାତ୍ରଛାତ୍ରୀ ଥାଇ ବି ସ୍କୁଲକୁ ବନ୍ଦ କରିବା ସହ ଅନ୍ୟତ୍ର ସମ୍ମିଶ୍ରଣ ନିଷ୍ପତ୍ତିକୁ ଦୃଢ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

ନିକଟରେ ଅନ୍ୟ କୌଣସି ସ୍କୁଲ ନଥିବାରୁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ଗ୍ରାମବାସୀ । କୁକୁଡିପାଲି ସ୍କୁଲକୁ ଯେଉଁ ସ୍କୁଲ ସହ ମିଶ୍ରଣ କରାଯାଉଛି ତାହା ଗାଁଠାରୁ ଦୂରରେ ରହିଛି । ସ୍କୁଲକୁ ଯିବାକୁ ରସ୍ତାରେ ନଦୀ ନାଳ ପଡିବା ସହ ବନ୍ୟଜନ୍ତୁଙ୍କ ଭୟ ରହୁଥିବା କହିବା ସହ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବଦଳାଇବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ସ୍କୁଲ ବନ୍ଦ ନକରିବାକୁ ଦାବି କରି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ଦେବା ସହ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗାଁ ଲୋକ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.