ETV Bharat / state

ସମ୍ବଲପୁରରେ BCI ଟିମ, ଓକିଲ ଆନ୍ଦୋଳନ ନେଇ ଦେବେ ରିପୋର୍ଟ - ଓକିଲ ଆନ୍ଦୋଳନ ନେଇ ଦେବେ ରିପୋର୍ଟ

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଜିଲ୍ଲା ଜଜଙ୍କ ଚେମ୍ବରରେ ଭଙ୍ଗାରୁଜା ଘଟଣା । ପରବର୍ତ୍ତୀ ସମୟରେ ଓକିଲଙ୍କ ଗିରଫଦାରୀ ଓ ଓକିଲଙ୍କ ଲାଇସେନ୍ସ ରଦ୍ଦ ଘଟଣା ନେଇ ଏହି ଟିମ ତର୍ଜମା କରି ଏକ ରିପୋର୍ଟ ପ୍ରସ୍ତୁତ କରି ବାର କାଉନସିଲ ଅଫ ଇଣ୍ଡିଆକୁ ଦେବ ବୋଲି ସୂଚନା ମିଳିଛି l ଅଧିକ ପଢନ୍ତୁ

ସମ୍ବଲପୁରରେ BCI ର ଟିମ, ଓକିଲ ଆନ୍ଦୋଳନ ନେଇ ଦେବେ ରିପୋର୍ଟ

author img

By

Published : Feb 25, 2023, 10:47 PM IST

ସମ୍ବଲପୁର: ସମ୍ବଲପୁରରେ ବାର କାଉନସିଲ ଅଫ ଇଣ୍ଡିଆର ଫ୍ଯାକ୍ଟ ଫାଇଣ୍ଡିଂ ଟିମ । ଆଜି ସନ୍ଧ୍ୟା ସମୟରେ ବାର କାଉନସିଲ ଅଫ ଇଣ୍ଡିଆର ଏକ ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ସମ୍ବଲପୁର ଗସ୍ତ କରି ଓକିଲ ଆନ୍ଦୋଳନ ସମୟରେ 52 ଜଣ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ଘଟଣା ର ତଦନ୍ତ କରିଛନ୍ତି ।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଜିଲ୍ଲା ଜଜଙ୍କ ଚେମ୍ବରରେ ଭଙ୍ଗାରୁଜା ଘଟଣା । ପରବର୍ତ୍ତୀ ସମୟରେ ଓକିଲଙ୍କ ଗିରଫଦାରୀ ଓ ଓକିଲଙ୍କ ଲାଇସେନ୍ସ ରଦ୍ଦ ଘଟଣା ନେଇ ଏହି ଟିମ ତର୍ଜମା କରି ଏକ ରିପୋର୍ଟ ପ୍ରସ୍ତୁତ କରି ବାର କାଉନସିଲ ଅଫ ଇଣ୍ଡିଆକୁ ଦେବ ବୋଲି ସୂଚନା ମିଳିଛି l ଏହି ଟିମ ଗଣ ମାଧ୍ୟମକୁ କୌଣସି ସୂଚନା ଦେଇ ନାହିଁ । ତଦନ୍ତ ପରେ ଟିମ ବାର କାଉନସିଲ ଅଫ ଇଣ୍ଡିଆକୁ ଏକ ଲିଖିତ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ଏହି ଟିମରେ ବାର କାଉନସିଲ ଅଫ ଇଣ୍ଡିଆର ପ୍ରତିନିଧି ସ୍ବରୂପ ମାନସ ମହାପାତ୍ର, ଦେବୀ ପ୍ରସାଦ ଧଳ ଓ ୟାଇ ଦାସ ରହିଛନ୍ତି । ଆଜି ସନ୍ଧ୍ୟା 6 ଟା ରେ ଏହି ଟିମ ସମ୍ବଲପୁର ଗସ୍ତ କରି ଜିଲ୍ଲା ଦୌରାଜଜ, ସମ୍ବଲପୁର ଏସପି ବତୁଳା ଗଙ୍ଗାଧର , ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କୁ ଭେଟିବା ସହ ଜିଲ୍ଲା ଓକିଲ ସଙ୍ଘର ସଦସ୍ୟଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

ଗତ ବର୍ଷ ଡିସେମ୍ବର ୧୨ରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ସମ୍ବଲପୁରରେ ଆନ୍ଦୋଳନ ହେଉଥିବା ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ଜିଲ୍ଲା ଜଜଙ୍କ ଚେମ୍ବର ଭିତରେ ପଶି ଭଙ୍ଗାରୁଜା କରିଥିଲେ ଆନ୍ଦୋଳନ କାରୀ l ସେତେବେଳେ ଏହି ଘଟଣା ରେ ମୋଟ 29 ଜଣ ଓକିଲ, ଜଣେ ଓକିଲ ସଂଙ୍ଘ କାର୍ଯ୍ୟାଳୟ ର ପିଅନ ଓ 8 ଜଣ କିନ୍ନର ଗିରଫ ହୋଇଥିଲେ l ଏହା ପରେ ବାର କାଉନସିଲ କଠୋର ଆଭିମୁଖ୍ୟ ପ୍ରକାଶ କରି ଡିସେମ୍ବର 14 ତାରିଖରେ ମୋଟ 52 ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଥିଲା l ଏହା ସହ ସମ୍ବଲପୁର ବାର ଆସୋସିଏସନ ର ସମସ୍ତ ସଦସ୍ୟଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ ହୋଇଯାଇଥିଲା l ତେବେ କିଛି ଦିନ ପରେ 52 ଜଣ ଆଇନଜୀବୀ ଯେଉଁ ମାନେ ସିଧା ସଳଖ ଜିଲ୍ଲା ଜଜ ଙ୍କ ଚେମ୍ବର ରେ ଭଙ୍ଗାରୁଜା ଘଟଣା ରେ ସମ୍ପୃକ୍ତ ଥିଲେ ସେମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ଆଦେଶ ପ୍ରତ୍ୟାହାର ହୋଇଥିଲା l ଏହା ପରେ ଜେଲରେ ଥିବା ଆଇନଜୀବୀଙ୍କ ଜାମିନ ଆବେଦନ ସମ୍ବଲପୁର SDJM କୋର୍ଟ, ସମ୍ବଲପୁର ଜିଲ୍ଲା ଦୌରା ଜଜ ଓ ପରେ ହାଇକୋର୍ଟରେ 2 ଥର ନାମଞ୍ଜୁର ହୋଇଥିଲା l

ପରେ ଓକିଲ ମାନେ ପ୍ରାୟ 2 ମାସ ଜେଲରେ ରହିବା ପରେ ହାଇକୋର୍ଟଙ୍କ ସର୍ତ୍ତ ମୂଳକ ଜାମିନରେ ଚଳିତ ମାସରେ ଜେଲ ରୁ ବାହାରିଥିଲେ l ଜାମିନ ପ୍ରଦାନ ସମୟରେ ହାଇକୋର୍ଟ ସର୍ତ୍ତ ରଖିଥିଲେ ଯେ ଜେଲ ରୁ ବାହାରିବା ପରେ ଓକିଲ ମାନେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଅଥବା ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବେ ନାହିଁ । ଏ ସମ୍ପର୍କରେ କୌଣସି ଆନ୍ଦୋଳନ କରି ପାରିବେନାହିଁ ବୋଲି 2 ମାସ ଭିତରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ କରିବାକୁ ମଧ୍ୟ ହାଇକୋର୍ଟ ସର୍ତ୍ତ ରଖିଥିଲେ ।

ଏହି ଘଟଣା ପରେ ଦୀର୍ଘ 50 ବର୍ଷ ଧରି ଚାଲିଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ଏକ ପ୍ରକାର ପୂର୍ଣ୍ଣ ଛେଦ ପଡିଥିବାର ସମ୍ଭାବନା ସୃଷ୍ଟି ହୋଇଛି l ଅନ୍ୟପଟେ କୋର୍ଟର ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ଓକିଲ ସଙ୍ଘ ସମୁହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କ୍ରିୟାଶୀଳ ରହିବ ନାହିଁ ବୋଲି ମଧ୍ୟ ନିର୍ଦେଶ ରହିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.