ETV Bharat / state

ସମ୍ବଲପୁର IIMରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦେଲେ ମିଶନ ଲାଇଫ ଆହ୍ୱାନ - IIMରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କଲେ ଧର୍ମେନ୍ଦ୍ର

ସମ୍ବଲପୁର ଆଇଆଇଏମ କ୍ୟାମ୍ପସ୍‌ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କଲେ l ଅଧିକ ପଢ଼ନ୍ତୁ

union minister visits sambalpur iim
ସମ୍ବଲପୁର IIMରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
author img

By

Published : Aug 6, 2023, 7:41 PM IST

ସମ୍ବଲପୁର IIMରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଆଇଆଇଏମ କ୍ୟାମ୍ପସ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ସମ୍ବଦ୍ଧୀୟ ଆଲୋଚନା କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କଲେ l ଏହି କାର୍ଯ୍ୟକ୍ରମରେ ଆଇଆଇଏମର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି(ରବିବାର) ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ କରିବା ସହ ବିଶ୍ୱ ପରିବେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ‘ମିଶନ ଲାଇଫ’ ଆହ୍ୱାନ କ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ ମଧ୍ୟ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ 'ଆଇଆଇଏମ ସମ୍ବଲପୁର ସ୍ଥାନୀୟ ଅଞ୍ଚଳର ଅପାର ସମ୍ଭାବନାକୁ ଉପଯୋଗ କରିବା ପାଇଁ ନୂଆ ନୂଆ ବିଷୟ ଆରମ୍ଭ କରିବାକୁ ଯାଉଛି । ଜିଲ୍ଲାର ବୁଣାକାର ମାନଙ୍କର ଦକ୍ଷତା ବୃଦ୍ଧି ସହ ଗ୍ରାମୀଣ ଭିତ୍ତିକ ଅର୍ଥନୀତିକୁ ବଢାଇବା ପାଇଁ, କୃଷକଙ୍କ କାପାସିଟି ବିଲ୍ଡିଂ ବୃଦ୍ଧି କରିବା ଦିଗରେ ଶିକ୍ଷାନୁଷ୍ଠାନ ଯୋଜନା କରାଯାଇଛି । ଏହାସହ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସିପାଲଟି, କାଉନସିଲର, ଚେୟାରମ୍ୟାନ୍‌ ଅର୍ଥାତ୍ ସ୍ଥାନୀୟ ପ୍ରଶାସନର କାପାସିଟି ବିଲ୍ଡିଂ ବଢ଼ାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: Amrit Bharat Station Scheme: ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି

ସେ ଆହୁରି ମଧ୍ୟ କହିଛନ୍ତି, "ସମ୍ବଲପୁର ଓଡ଼ିଶାର ସାଂସ୍କୃତିକ ପେଣ୍ଠସ୍ଥଳୀ । ମାଆ ସମଲେଇ ଏଠାରେ ବିରାଜମାନ । ଏହି ଅଞ୍ଚଳରେ ହୀରାକୁଦ ବନ୍ଧ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲା ଇଞ୍ଜିନିୟରିଂ କଲେଜ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରି ଅନୁଷ୍ଠାନ ଅଛି । ଆଇଆଇଏମ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳ ଏକ ବୌଦ୍ଧିକ କେନ୍ଦ୍ରରେ ପରିଣତ ହେବ । ଖୁବଶୀଘ୍ର ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ୟମିତା କରିବା ପାଇଁ ଏଠାରେ ଇନକ୍ୟୁବେସନ ସେଣ୍ଟର ସ୍ଥାପନା ମଧ୍ୟ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି କାରଣରୁ ସମ୍ବଲପୁର ଭଳି ଅଞ୍ଚଳରେ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ଭଳି ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି । ଦୁଇଟି ବ୍ୟାଚରେ ୬୦୦ ପିଲା ପାଠ ପଢ଼ିବେ ଏବଂ ଏଥିପାଇଁ ୩୦ ଜଣ ପ୍ରାଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ହୋଇ ସାରିଛି । ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ଏହି ଶିକ୍ଷାନୁଷ୍ଠାନକୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବ ବୋଲି ସେ କହିଛନ୍ତି l

ପ୍ରଧାନମନ୍ତ୍ରୀ ବିଶ୍ୱ ପରିବେଶକୁ ସୁରକ୍ଷା ଦେବା ପାଇଁ "ମିଶନ ଲାଇଫ୍‌"ର ଆହ୍ୱାନ୍‌ କରିଛନ୍ତି । ତାଙ୍କ ଆହ୍ୱାନ କ୍ରମେ ଆଇଆଇଏମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ସ୍ଥାନୀୟ ନାଗରିକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଥିବା ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ସହ ପାଠ୍ୟକ୍ରମ ସହ ଜଡ଼ିତ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କୁ ଆଇଏମଏସ କ୍ୟାମ୍ପସ ସମ୍ପର୍କରେ ସୁବିଧା ଅସୁବିଧା ପଚାରି ବୁଝିଥିଲେ । କ୍ୟାମ୍ପସ ବୁଲିବା ସହ ଡିଜିଟାଲ ଶ୍ରେଣୀଗୃହ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.