ETV Bharat / state

ଦଳି ଦେଲା ଦନ୍ତା, ଚାଲିଗଲା କକା-ପୁତୁରାଙ୍କ ଜୀବନ

ସମ୍ବଲପୁର ଡିମିରିକୁଦା ଗାଁ ପାଖ ସଂରକ୍ଷିତ ଜଙ୍ଗଲରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ କକା-ପୁତୁରା ମୃତ । ଅଧିକ ପଢନ୍ତୁ...

author img

By

Published : Oct 15, 2021, 11:34 AM IST

ଦଳି ଦେଲା ହାତୀ, ଚାଲିଗଲା କକା ପୁତୁରାଙ୍କ ଜୀବନ

ସମ୍ବଲପୁର: ହାତୀ ଆକ୍ରମଣରେ କକା-ପୁତୁରା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ଖୋଲଗୋଡ ସଂରକ୍ଷିତ ଜଙ୍ଗଲରେ । ମୃତକ କକା ହେଉଛନ୍ତି ଦୁସାଶନ ଭୋଇ ଓ ପୁତୁରା ରତିକ ଭୋଇ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଡିମିରିକୁଦାଗାଁ ପାଖ ଖୋଲଗୋଡ ସଂରକ୍ଷିତ ଜଙ୍ଗଲରେ ଦୁଶାଶନ ଭୋଇ ତାଙ୍କ ୫ବର୍ଷର ପୁତୁରାକୁ ସାଇକେଲରେ ବିଜୟଓ୍ବାଡା-ରାଞ୍ଚି ଜାତୀୟ ରାଜପଥ ରାସ୍ତାରେ ବୁଲାଉଥିବା ବେଳେ ହଠାତ ହାତୀ ରାସ୍ତା ଉପରକୁ ଆସିଥିଲା । ଫଳରେ ହାତୀକୁ ଦେଖି କକା ପୁତୁରା ରାସ୍ତା ପାଖ ଜଙ୍ଗଲକୁ ପଳାଇଥିଲେ । ଏହା ପରେ ହାତୀ ସେମାନଙ୍କୁ ପିଛା କରି ଦଳି ମାରିଦେଇଥିବା ଜଣାପଡିଛି ।

ତେବେ ଘର ଲୋକେ ସନ୍ଧ୍ୟାରେ ଉଭୟଙ୍କୁ ବହୁ ଖୋଜାଖୋଜି କରିବା ପରେ ନପାଇବାରୁ ଆଜି ସକାଳୁ ଗାଁ ଲୋକେ ସାଇକଲ ପଡିଥିବା ଦେଖି ଜଙ୍ଗଲ ମଧ୍ୟକୁ ଯାଇଥିଲେ । ସେଠାରେ ଉଭୟଙ୍କ ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ । ଏନେଇ ଘଟଣାସ୍ଥଳରେ ବନବିଭାଗପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.