ETV Bharat / state

ଅସାବଧାନତା ହେତୁ କୂଅରେ ପଡି ୨ ଯୁବକଙ୍କ ମୃତ୍ୟୁ, CCTVରେ କଏଦ ହେଲା ଭିଡିଓ - ସିସିଟିଭି

ସିସିଟିଭିରେ କଏଦ ହେଲା ମୃତ୍ୟୁ ସମୟର ଦୃଶ୍ୟ । କୂଅ ଚାନ୍ଦିନୀରେ ବସିଥିବା ସମୟରେ ଅସାବଧାନତା ହେତୁ ୩୦ ଫୁଟ କୂଅ ମଧ୍ୟରେ ଖସିପଡି ୨ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଅସାବଧାନତା ହେତୁ କୂଅରେ ପଡି ୨ ଯୁବକଙ୍କ ମୃତ୍ୟୁ, CCTVରେ କଏଦ ହେଲା ଭିଡିଓ

author img

By

Published : Nov 9, 2021, 10:23 AM IST

Updated : Nov 9, 2021, 10:54 AM IST

ସମ୍ବଲପୁର: ମୃତ୍ୟୁର ଲାଇଭ ଭିଡିଓ । ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ । ଏକ କୂଅ ଚାନ୍ଦିନୀରେ ବସିଥିବା ସମୟରେ ହଠାତ ୩୦ ଫୁଟ କୂଅରେ ଖସିପଡିଲେ ୨ଯୁବକ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଛକ ନିକଟରେ । ତେବେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନେ ସାହୁ କଲୋନୀର ସୁନିଲ ତ୍ରିପାଠୀ ଓ ସୁଶିଲ ତ୍ରିପାଠୀ ବୋଲି ଜଣାପଡିଛି ।

ଅସାବଧାନତା ହେତୁ କୂଅରେ ପଡି ୨ ଯୁବକଙ୍କ ମୃତ୍ୟୁ, CCTVରେ କଏଦ ହେଲା ଭିଡିଓ

ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତିରେ ଲକ୍ଷ୍ମୀ ଟକିଜ ଛକ ନିକଟରେ ୩ଜଣ ଯୁବକ କଥା ହେଉଥିଲେ । ସେମାନଙ୍କ ମଧ୍ୟରୁ ସୁନିଲ ଓ ସୁଶିଲ କୂଅ ଚାନ୍ଦିନୀରେ ବସିଥିଲେ । କିଛି ସମୟକଥା ହେବାପରେ ଅସାବଧାନତା ହେତୁ ପ୍ରଥମେ ଜଣେ କୂଅ ମଧ୍ୟକୁ ଖସିପଡିବା ପରେ ଅନ୍ୟ ଜଣେ ମଧ୍ୟ ଖସିପଡିଥିଲେ । ଏନେଇ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନିଶାସକ୍ତ ଅବସ୍ଥାରେ ୨ଯୁବକ କୂଅ ଉପରେ ବସିଥିବାବେଳେ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Nov 9, 2021, 10:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.