ETV Bharat / state

ପୋଲିସ ହାତରେ ପଡିଲା ହାତକଡି

author img

By ETV Bharat Odisha Team

Published : Dec 9, 2023, 11:15 AM IST

Police arrested: ସମ୍ବଲପୁରର ଅଇଁଠାପାଲି ଥାନା ଆନ୍ତର୍ଗତ ପାଞ୍ଚଗୋଛିଆରରେ ଜଣେ ପାନ ଦୋକାନରୁ ଲୁଟ ଅଭିଯୋଗରେ ପୋଲିସ କର୍ମଚାରୀ ଗିରଫ । ଅଧିକ ପଢନ୍ତୁ

police arrested for money loot case
police arrested for money loot case

ସମ୍ବଲପୁର: ପୋଲିସର ଦାଦାଗିରି । ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ତେବେ ସମ୍ବଲପୁରର ଅଇଁଠାପାଲି ଥାନା ଆନ୍ତର୍ଗତ ପାଞ୍ଚଗୋଛିଆର ସାହାବୁଦ୍ଦିନ ଖାନ ନାମକ ଜଣେ ଦୋକାନୀର ପାନ ଦୋକାନରୁ ଲୁଟ୍ ହୋଇଥିବା ଅଇଁଠାପାଲି ଥାନା ଅଭିଯୋଗ ହୋଇଥିଲା । ଆଇପିସିର ଧାରା-394ରେ ଅଇଁଠାପାଲି ପୋଲିସ ପ୍ରଥମେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେଲେ ଏହି ଘଟଣା ନେଇ ପରେ ଜଣାପଡିବା ପରେ ୨ପୋଲିସ କର୍ମଚାରୀ ସମେତ 5 ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ କାଲୁ, ସତ୍ୟନାରାୟଣ ପଶାୟତ, ବିଜୟ ପରୁଆ ଓ ବରେଇପାଲି ଥାନାରେ କନଷ୍ଟେବଲ ସଚିନ୍ଦ୍ର ପୃଷେଠ୍ ଓ ଓଏପିଏଫ ଯବାନ ମୂରଲୀ ବେହେରା ବୋଲି ଜଣାପଡିଛି । ତେବେ ଏମାନଙ୍କ ମଧ୍ୟରୁ ୨ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡ଼ିବା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

ସୂଚନା ଅନୁଯାୟୀ, ଜିଲ୍ଲାର ଅଇଁଠାପାଲି ଥାନା ପାଞ୍ଚଗୋଛିଆ ନିକଟରେ ଥିବା ସାହାବ ଉଦ୍ଦିନ ଖାନଙ୍କ ପାନ ଦୋକାନ ରହିଛି । ତେବେ ପାନ ଦୋକାନରେ ବସିଥିବା ସମୟରେ ବୁଧବାର ଅପରାହ୍ନ ସମୟରେ କିଛି ଜଣ ଯୁବକ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ । ପରେ ବରେଇପାଲିର 2 ପୋଲିସ କର୍ମଚାରୀଙ୍କୁ ସେମାନେ ଫୋନ କରି ଡାକିଥିଲେ । ମାହାବୁଦ୍ଦିନଙ୍କ ପାନ ଦୋକାନଟି ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବା ବେଳେ ବରେଇପାଲି ଥାନାରେ କାର୍ଯ୍ୟରତ 2 ପୋଲିସ କର୍ମଚାରୀ ସଚ୍ଚିଦ୍ର ପୃସେଟ ଓ ମୁରଲୀ ବେହେରା ପାନ ଦୋକାନକୁ ଆସି ଗାଳିଗୁଲଜ କରିଥିଲେ । ସେ ବିରୋଧ କରିବାରୁ ସମସ୍ତେ ଦୋକାନର ଭଙ୍ଗାରୁଜା କରିବା ସହ ଜିନିଷପତ୍ର ଫୋପାଡ଼ି ଦେଇ ଥିଲେ । ତାପରେ ସେମାନେ ସମସ୍ତେ ବଳପୂର୍ବକ 4500 ଟଙ୍କା ଓ ଗୋଟିଏ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଲାଞ୍ଚ ନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ପ୍ରବେଶ କରାଇଲେ ପୋଲିସ କର୍ମଚାରୀ, ହେଲେ ନିଲମ୍ବିତ

ଏନେଇ ସାହାବୁଦ୍ଦିନ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପ୍ରଥମେ ଆଇପିସି- 394ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ପୋଲିସ 5 ଜଣଙ୍କୁ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଛି l ଅନ୍ୟପଟେ ୨ ପୋଲିସ କର୍ମଚାରୀଙ୍କ ବିରୋଧରେ ଖୁବ୍ ଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମ୍ବଲପୁର ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.