ETV Bharat / state

ମୋବାଇଲ ଚୋରି କରୁଥିଲେ ଫ୍ଲିପକାର୍ଟ ଡେଲିଭରି ବଏ, ବାନ୍ଧିଲା ପୋଲିସ

author img

By

Published : Dec 28, 2021, 10:32 AM IST

ମୋବାଇଲ ଚୋରି ଅଭିଯୋଗରେ ଫ୍ଲିପକାର୍ଟ (Flipkart) ଡେଲିଭରି ବଏ ଗିରଫ । ଫ୍ଲିପକାର୍ଟ କମ୍ପାନୀ ବିତରକ ସଂସ୍ଥାର ୨ ଡେଲିଭରି ବଏଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

two flipkart delivery boy arrested on mobile theft
ମୋବାଇଲ ଚୋରୀ ଅଭିଯୋଗରେ ୨ ଫ୍ଲିପକାର୍ଟ ଡେଲିଭରି ବୟ ଗିରଫ

ସମ୍ବଲପୁର: ମୋବାଇଲ ଚୋରି ଅଭିଯୋଗରେ ଫ୍ଲିପକାର୍ଟ (Flipkart) ଡେଲିଭରି ବଏ ଗିରଫ । ଫ୍ଲିପକାର୍ଟ କମ୍ପାନୀ ବିତରକ ସଂସ୍ଥାର ୨ ଡେଲିଭରି ବଏଙ୍କୁ ଗିରଫ କଲା ପୋଲିସ ।

ସମ୍ବଲପୁର ଧାନୁପାଲି ଥାନା ଅନ୍ତର୍ଗତ କୁଳୁତକାନୀରେ ଥିବା ଫ୍ଲିପକାର୍ଟ କମ୍ପାନୀ ବିତରକ ସଂସ୍ଥା NTEX Transportation Pvt Ltdର ୨ ଡେଲିଭରି ବୟଙ୍କୁ ଗିରଫ କଲା ପୋଲିସ। ୨ ଅଭିଯୁକ୍ତ ହେଲେ ରାହୁଲ ନାଥ ଓ ବିଶ୍ବଜିତ ପାଢ଼ୀ । ଫ୍ଲିପକାର୍ଟ କମ୍ପାନୀରୁ ଗ୍ରାହକଙ୍କ ପାଇଁ ଆସୁଥିବା ମୋବାଇଲକୁ ସେମାନେ ଚୋରି କରୁଥିଲେ । ୨ ଅଭିଯୁକ୍ତ ଇଲେକ୍ଟ୍ରୋନିକ୍ସ ସର୍ଭେଲାନ୍ସ ବିଭାଗ ଦ୍ବାରା ଧରା ପଡ଼ିଛନ୍ତି । ଧରା ପଡ଼ିବା ପରେ ବିତରଣ ସଂସ୍ଥାର ବ୍ରାଞ୍ଚ ଇନ ଚାର୍ଜ ଧନୁପାଲି ଥାନାରେ ଏତଲା ଦେଇଥିଲେ।

ତେବେ ଗିରଫ ବେଳେ ଅଭିଯୁକ୍ତଙ୍କ ପାଖରୁ ୩ଟି ଚୋରି ମୋବାଇଲ ଫୋନ ଜବତ କଲା ପୋଲିସ । ୨ ଅଭିଯୁକ୍ତଙ୍କୁ ଗିରଫ ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.