ETV Bharat / state

Diary Summit 2023: ସମ୍ବଲପୁରରେ ହେବ 2 ଦିନିଆ ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ

author img

By ETV Bharat Odisha Team

Published : Nov 2, 2023, 10:32 PM IST

ଆସନ୍ତା 18, 19 ରେ ସମ୍ବଲପୁର ରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ l ଏଥିରେ ପଶ୍ଚିମ ଓଡିଶାର 10 ଟି ଜିଲ୍ଲାର ଗୋପାଳକ ଓ ଦୁଗ୍ଧଚାଷୀ ଭାଗ ନେବେ l ଦୈନିକ ପ୍ରାୟ 1000 ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି l ଦୁଗ୍ଧ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l ଅଧିକ ପଢନ୍ତୁ

Etv Bharat ସମ୍ବଲପୁରରେ ହେବ 2 ଦିନିଆ ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ
Etv Bharat ସମ୍ବଲପୁରରେ ହେବ 2 ଦିନିଆ ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ
Diary Summit 2023: ସମ୍ବଲପୁରରେ ହେବ 2 ଦିନିଆ ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ

ସମ୍ବଲପୁର: ଆସନ୍ତା 18 ଓ 19 ତାରିଖରେ ସମ୍ବଲପୁର ସହରର ପିଏଚଡି ପଡିଆରେ ହେବାକୁ ଯାଉଛି ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ l ସମ୍ବଲପୁର ଜିଲ୍ଲା ପ୍ରଶାସନ, ସମୁଲ ପଶ୍ଚିମ ଓଡିଶା ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ପଶ୍ଚିମ ଓଡିଶା ର 10 ଟି ଜିଲ୍ଲାର ଦୁଗ୍ଧ ଚାଷୀ ଭାଗ ନେବେ l ଏନେଇ ଆଜି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ଆସନ୍ତା 18, 19 ରେ ସମ୍ବଲପୁର ରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ l ଏଥିରେ ପଶ୍ଚିମ ଓଡିଶାର 10 ଟି ଜିଲ୍ଲାର ଗୋପାଳକ ଓ ଦୁଗ୍ଧଚାଷୀ ଭାଗ ନେବେ l ଦୈନିକ ପ୍ରାୟ 1000 ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି l ଦୁଗ୍ଧ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l ଗୋପାଳନ ଓ ଦୁଗ୍ଧ ଚାଷରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉପଯୋଗ ହେଉଥିବା ନୂଆଁ ନୂଆଁ ଟେକନୋଲୋଜିକୁ ନେଇ ଷ୍ଟଲ, ଏଗଯିବିସନ ଓ ପେନାଲ ଡିସକଶନ ମାଧ୍ୟମରେ ଅବଗତ କରାଯାଇ ସଚେତନ କରାଯିବ l ଏହା ସହ ଗୋପାଳନ ପାଇଁ ଥିବା ସରକାରୀ ଯୋଜନା, ଲୋନ ବ୍ୟବସ୍ଥା ନେଇ ଚାଷୀଙ୍କୁ ଅବଗତ କରାଯିବା ସହ ଅଧିକ ଉତ୍ପାଦନ, ବ୍ରିଡିଙ୍ଗ, ଗୋଖାଦ୍ୟ ସମ୍ବନ୍ଧରେ ସଚେତନତା କରାଯିବ l

ଅଧିକ ପଢନ୍ତୁ- ପୁଣି ବଢିଲା ମଦର ଡାଏରୀ କ୍ଷୀର ଦାମ, ଆଜିଠୁ ନୂଆ ଦର ଲାଗୁ

ଏଥିପାଇଁ ଆଜି ଠାରୁ ସମ୍ବଲପୁର ଜିଲ୍ଲାର ସମସ୍ତ ବ୍ଲକରେ ଏକ ସଚେତନତା ରଥ ଚାଲିବ l ଏହା ଜରିଆରେ ବିଭିନ୍ନ ବ୍ଲକରେ ପଶୁ ସ୍ବାସ୍ଥ୍ୟ ଶିବିର, ଟେଲି ଭେଟିନାରୀ ସର୍ଭିସ ବିଷୟରେ ସଚେତନତା କରାଯିବ l ଏହା ସହ ବିଭିନ୍ନ ସ୍ଥାନର ସଫଳ ଦୁଗ୍ଧ ଚାଷୀ ମାନଙ୍କୁ ଏହି ସମ୍ମିଳନୀକୁ ଡକାଯାଇ ନୂତନ ଦୁଗ୍ଧ ଚାଷୀଙ୍କୁ ପ୍ରେରଣା ଦିଆଯିବ l ଏନେଇ ଆଜି ସମ୍ବଲପୁର ତପସ୍ବିନୀ ହଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଡାଏରୀ ସମ୍ମିଳନୀର ଲୋଗୋ,ମ ସ୍କଟ ଓ ଥିମ ସଙ୍ଗ ଉନ୍ମୋଚନ କରାଯାଇଥିଲା l ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଜିଲ୍ଲାର ବହୁ ସଂଖ୍ୟକ ଦୁଗ୍ଧ ଚାଷୀ ଏଥିରେ ସାମିଲ ହୋଇଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.