ସମ୍ବଲପୁର: ଲକଡାଉନ କାରଣରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ବଲପୁରର ମା ସମଲେଶ୍ବରୀଙ୍କ ପୀଠ ବନ୍ଦ ରହିଛି । କୌଣସି ଭକ୍ତ ଶ୍ରଦ୍ଧାଳୁ ମନ୍ଦିରକୁ ଯିବା ସମ୍ପୂର୍ଣ୍ଣ ବାରଣ ହୋଇଛି । ଏପରି ସ୍ଥିତିରେ ପୂଜକମାନେ ନିଜ ପାଳି ଅନୁସାରେ ମାଙ୍କ ଯଥା ବିଧି ପୂଜା ଜାରି ରଖିଛନ୍ତି ।
![samaleswari priest](https://etvbharatimages.akamaized.net/etvbharat/prod-images/od-sam-02-samaleswari-trust-board-help-pujaka-avo-7202776_28042020095408_2804f_00321_1053.jpg)
ତେବେ ଏହାର ପ୍ରଭାବ ସମଲେଶ୍ବରୀ ମନ୍ଦିରର ପୂଜକଙ୍କ ଜୀଵନ ଜୀବିକା ଉପରେ ମଧ୍ୟ ପଡିବା ସ୍ୱାଭାବିକ ଅଟେ । ତେଣୁ ଏବେ ଏହି ସମୟରେ ସମଲେଶ୍ବରୀ ମନ୍ଦିରର ସମସ୍ତ ପୂଜକଙ୍କୁ ଆର୍ଥିକ ସହାୟତାର ହାତ ବଢାଇଛି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ। ପାଳି ଅନୁସାରେ ଯେଉଁ ପୂଜକ ଯେଉଁଦିନ ପୂଜା କରୁଛନ୍ତି ସେହି ପୂଜକଙ୍କୁ ସେହି ନିର୍ଦ୍ଧିଷ୍ଟ ଦିନ ପାଇଁ 1 ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ଏନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।
![samaleswari priest](https://etvbharatimages.akamaized.net/etvbharat/prod-images/od-sam-02-samaleswari-trust-board-help-pujaka-avo-7202776_28042020095402_2804f_00321_495.jpg)