ETV Bharat / state

ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମହିଳାଙ୍କୁ ତାଲିମ୍ - ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା

ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ମହିଳା । ଭୁବନେଶ୍ବରରୁ ଓଡିଶା ସିଭିଲ ଡିଫନ୍ସର ୨ ଜଣ ଟ୍ରେନର ସମ୍ବଲପୁରରେ ବନ୍ୟା ଆଶ୍ରୟସ୍ଥଳୀର ପରିଚାଳନା କମିଟିର ସଦସ୍ୟ ମହିଳା ତଥା ଏହା ପରିଧିରେ ଆସୁଥିବା ସ୍ବେଚ୍ଛାସେବୀମାନଙ୍କୁ ବିପର୍ଯ୍ୟୟ ପରିଚାଳନା ନେଇ ତାଲିମ ଦେଇଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମହିଳାଙ୍କୁ ତାଲିମ୍

author img

By

Published : Oct 18, 2022, 10:56 AM IST

ସମ୍ବଲପୁର: ବର୍ତ୍ତମାନ ରାଜ୍ୟରେ ବାତ୍ୟା ଓ ବନ୍ୟା ପରିସ୍ଥିତି ଏକ ସ୍ବାଭାବିକ ପ୍ରକ୍ରିୟାରେ ପରିଣତ ହୋଇଛି । ପ୍ରତ୍ୟେକ ବର୍ଷ ଯେକୌଣସି ସମୟରେ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇ ହେଉନି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇଆସୁଛନ୍ତି । ମୁଖ୍ୟତଃ ରାଜ୍ୟ ସରକାର 'ଜିରୋ କେଜୁଆଲିଟି'କୁ ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟରେ ପ୍ରାୟ ୧ ହଜାର ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି ।

ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମହିଳାଙ୍କୁ ତାଲିମ୍

ତେବେ ବନ୍ୟା ଓ ବାତ୍ୟା ପରି ବିପର୍ଯ୍ୟୟ ମୁକାବିଲା ପାଇଁ ବନ୍ୟା ଆଶ୍ରୟସ୍ଥଳୀର ପରିଚାଳନା କମିଟିରେ ଥିବା ସଦସ୍ୟ ତଥା ଏହାର ପରିଧିରେ ଥିବା ସ୍ବେଚ୍ଛାସେବୀଙ୍କୁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ଦିଆଯାଉଛି । ୧୯୯୯ ମହାବାତ୍ୟାରେ ରାଜ୍ୟର ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବିପର୍ଯ୍ୟୟ ମୁକାବିଲା ପାଇଁ ବହୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ରାଜ୍ୟରେ ୧,୦୦୦ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ଏହାର ପରିଚାଳନା ପାଇଁ ପରିଚାଳନା କମିଟି ଗଠନ କରାଯାଇଛି ।

ତେବେ ଆସନ୍ନ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ମୁଖ୍ୟତଃ ମହିଳାମାନଙ୍କୁ ଏବେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲିମ୍ ଦିଆଯାଉଛି । ସମ୍ବଲପୁର ମହାନଗରର ୱାର୍ଡ ନମ୍ବର ୧ର ଚାଁଆଁରପୁର ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀରେ ସୋମବାର ଏହି ତାଲିମ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଏଥିପାଇଁ ଭୁବନେଶ୍ବରରୁ ଓଡିଶା ସିଭିଲ ଡିଫନ୍ସର ୨ ଜଣ ଟ୍ରେନର ଆସି ବନ୍ୟା ଆଶ୍ରୟସ୍ଥଳୀର ପରିଚାଳନା କମିଟିର ସଦସ୍ୟ ମହିଳା ତଥା ଏହା ପରିଧିରେ ଆସୁଥିବା ସ୍ବେଚ୍ଛାସେବୀମାନଙ୍କୁ ବିପର୍ଯ୍ୟୟ ପରିଚାଳନା ନେଇ ତାଲିମ ଦେଉଛନ୍ତି ।

ଏହାମଧ୍ୟ ପଢନ୍ତୁ: ୩ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ଘଟଣା: ରିପୋର୍ଟ ମାଗିଲେ MKCG କର୍ତ୍ତୃପକ୍ଷ

ମୁଖ୍ୟତଃ ବନ୍ୟା, ବାତ୍ୟା ପରି ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା, ଯନ୍ତ୍ରପାତି ପରିଚାଳନା, ଜିନିଷପତ୍ର ରକ୍ଷଣାବେକ୍ଷଣ କିପରି କରାଯିବ ସେନେଇ ତାଲିମ ପ୍ରଦାନ କରାଯାଉଛି । ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମଟି ସମ୍ବଲପୁର ଜିଲ୍ଲା ପ୍ରଶାସନର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜୟଶ୍ରୀ ପାଢ଼ୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.