ETV Bharat / state

ସମ୍ବଲପୁରରେ 107 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ, ମୃତ୍ୟୁସଂଖ୍ୟା 24କୁ ବୃଦ୍ଧି

author img

By

Published : Oct 9, 2020, 8:56 PM IST

ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା 6,971 ହୋଇଥିବାବେଳେ 5,825 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

corona
ସମ୍ବଲପୁରରେ କୋରୋନା

ସମ୍ବଲପୁର: ଆଜି(ଶୁକ୍ରବାର) ସମ୍ବଲପୁର ଜିଲ୍ଲାରେ 107 ଜଣ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 2 ଜଣ କୋଭିଡ ଯୋଦ୍ଧା ରହିଥିବା ଜଣାପଡିଛି ।

ଚିହ୍ନଟ ହୋଇଥିବା ଅକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ, ମାନେଶ୍ବର, ରେଙ୍ଗାଲୀ, କୁଚିଣ୍ଡା, ଜମେନକିରା, ରେଢ଼ାଖୋଲ, ନାକଟି ଦେଉଳ ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଅକ୍ରାନ୍ତ ଆକ୍ଟିବ ସର୍ଭିଲେନ୍ସ ଟିମ ଦ୍ବାରା ଚିହ୍ନଟ ହୋଇଛନ୍ତି।

ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଆଜିସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା 6,971 ହୋଇଥିବାବେଳେ 5,825 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଜିଲ୍ଲାରେ ମୋଟ 1,122 ଆକ୍ଟିଭ କେସ ରହିଛି। ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 24 ଛୁଇଁଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.