ETV Bharat / state

ଟ୍ରେନରେ ହଜିଲା ରେଳ ଅଧିକାରୀ ଝିଅଙ୍କ ଜୋତା, ଉଡିଲା କର୍ମଚାରୀଙ୍କ ନିଦ

ଜୋତାକୁ ନେଇ ହାଇଡ୍ରାମା । ରେଳ ଅଧିକାରୀଙ୍କ ଝିଅଙ୍କ ଜୋତା ହଜିଯିବା ପରେ ଏହାକୁ ଖୋଜିବା ପାଇଁ ନିୟୋଜିତ ହୋଇଥିଲେ କର୍ମଚାରୀ । ସବୁଠୁ ଖାସ କଥା ଏହି ଦାମୀ ଜୋତାକୁ ଜଣେ ମହିଳା ଡାକ୍ତର ଚୋରି କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

shoes stole in Train
shoes stole in Train
author img

By

Published : Feb 16, 2023, 10:12 PM IST

ଭୁବନେଶ୍ବର: ଜୋତାକୁ ନେଇ ହାଇଡ୍ରାମା । ରେଳ ଅଧିକାରୀଙ୍କ ଝିଅଙ୍କର ଦାମୀ ଜୋତା ହଜିଗଲା ପରେ ଏହାକୁ ଖୋଜିବାକୁ ଲାଗିଗଲେ ବିଭାଗୀୟ କର୍ମଚାରୀ । ପାଖାପାଖି ୪୦ ଦିନ ପରେ ମିଳିଛି ଏହି ଜୋତା । ସମ୍ବଲପୁର ରେଳ ମଣ୍ଡଳର ଅଧିକାରୀଙ୍କ ଝିଅଙ୍କର ଏହି ଜୋତା ହଜିଯିବା ପରେ ଜୋତା ପଛରେ କର୍ମଚାରୀ ଲାଗିଥିବା ସୂଚନା ମିଳିଛି । ତେବେ ଏହି ଜୋତାର ଦାମ ୧୦ ହଜାର ଟଙ୍କା ବୋଲି ଜଣାପଡ଼ିଛି ।

ଟ୍ରେନରେ ହଜିଗଲା ରେଳାଧିକାରୀ ଝିଅଙ୍କ ଦାମୀ ଜୋତା, ଖୋଜିବାକୁ ଲାଗିପଡିଲେ ୩ ବିଭାଗର କର୍ମଚାରୀ

ଜୋତା ନେଇଥିବା ମହିଳା ଜଣକ ହେଉଛନ୍ତି ରେଳ ଅଧିକାରୀଙ୍କ ଝିଅଙ୍କ ପାଖ ସିଟରେ ବସିଥିବା ଜଣେ ମହିଳା ଡାକ୍ତର। ତେବେ ରେଳ ଅଧିକାରୀଙ୍କ ଝିଅ ଦିଲ୍ଲୀ ଯାଉଥିଲେ। ହେଲେ ବାରେଲ ଷ୍ଟେସନରେ ଜୋତା ଚୋରି ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରେନ ଯାତ୍ରା ସମୟରେ ସମ୍ବଲପୁର DRMଙ୍କ ଝିଅର ଜୋତା ଚୋରି ହୋଇଥିଲା । ଜାନୁଆରୀ ୫ ତାରିଖରେ ଜୋତା ଚୋରି ହୋଇଥିବା ବେଳେ ଏହାର ମୂଲ୍ୟ ଥିଲା ୧୦ ହଜାର ଟଙ୍କା । ତେବେ ଜୋତା ଚୋରି ହେଲା ପରେ ଏହାକୁ ଖୋଜିବାରେ ଲାଗି ପଡ଼ିଥିଲେ ବିଭାଗର କର୍ମଚାରୀ।

ଏହା ବି ପଢନ୍ତୁ- ଓଡିଶା କ୍ରାଇମ୍ କ୍ୟାପିଟାଲ ସାଜିଛି: ବୈଜୟନ୍ତ ପଣ୍ଡା

ଶେଷରେ ଗତକାଲି ଜଣେ ମହିଳା ଡାକ୍ତରଙ୍କଠାରୁ ମିଳିଛି ଏହି ଦାମିକିଆ ଜୋତା । ଏ ନେଇ ସୂଚନା ଦେଇଛନ୍ତି ଜଣେ ରେଳ ସୂଚନା ଅଧିକାରୀ । ଏଠାରେ ପ୍ରଶ୍ନ ଉଠୁଛି ରେଳରେ ଯାତ୍ରା କଲାବେଳେ ଯଦି କୌଣସି ସାଧାରଣ ଯାତ୍ରୀର କିଛି ଜିନିଷ ହଜିଯାଇଛି ତାହା ମିଳିବା ବହୁତ କଷ୍ଟକର। ଏମିତିକି ସାଧାରଣ ଲୋକଟି କାହା ପାଖରେ ଅଭିଯୋଗ କରିବ କିଭଳି ଜିନିଷଟି ପାଇବ ସେନେଇ ଚିନ୍ତାରେ ରହୁଛନ୍ତି । ହେଲେ ରେଳ ଅଧିକାରୀଙ୍କ ଝିଅଙ୍କର ଜୋତା ହଜିଗଲା ବୋଲି ବିଭାଗର କର୍ମଚାରୀମାନେ ଜୋତା ଖୋଜିବା ନେଇ ଚର୍ଚ୍ଚା ହେଉଛି ।

କଣ ଥିଲା ଘଟଣା ? :- ଅଭିଯୋଗ ଅନୁସାରେ ରେଳରେ ନୂଆଦିଲ୍ଲୀ ଯାଉଥିବା ଝିଅ ୨୦ ବର୍ଷ ବ୍ୟକ୍ତିଗତ ଜିନିଷ ଚୋରି ହୋଇଥିଲା । ମାଆ ଏବଂ ଝିଅ ନୂଆଦିଲ୍ଲୀକୁ ଯାତ୍ରା କରୁଥିଲେ। ତେବେ ବରେଲି ରେଳ ଷ୍ଟେସନରେ ପହଞ୍ଚିବା ପର୍ଯ୍ୟନ୍ତ ଜୋତା ଠିକ ଭାବରେ ରହିଥିଲା। ଝିଅ ବସିଥିବା ସ୍ଥାନରେ ସହ- ଯାତ୍ରୀ ମହିଳା ଜଣକ ବରେଲି ରେଳ ଷ୍ଟେସନରେ ଓହ୍ଲାଇଥିଲେ। ପ୍ରଥମ ଶ୍ରେଣୀ ଏସି କ୍ୟାବିନରେ ଚତୁର୍ଥ ଯାତ୍ରୀ ଥିବା ସହଯାତ୍ରୀ ତାଙ୍କ ପୁରୁଣା ଗୋଲାପୀ ରଙ୍ଗର ଜୋତା ଛାଡି ଝିଅର ନୂଆ କଳା ରଙ୍ଗର ଜୋତା ପିନ୍ଧି ଚାଲିଯାଇଥିଲେ। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ୧୦ ହଜାର ଟଙ୍କା। ତେଣୁ ରେଳ ଅଧିକାରୀ ଏ ବାବଦରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ବଲପୁର ଜିଆର୍ପି ଥାନାରେ ଅଭିଯୋଗ କରିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.