ETV Bharat / state

ବାରହା ଶିକାର କରିବାକୁ ଯାଇ ଯୁବକ ମୃତ, ଘଟଣାରେ 10 ଗିରଫ - ତଦନ୍ତ ଜାରି

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଲରିଆପଲି ପଞ୍ଚାୟତର ବଡଝରଣ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବାରହା ଶିକାର କରିବାକୁ କିଛି ଯୁବକ ଯାଇଥିଲେ । କୌଣସି କାରଣରୁ ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିବାକୁ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବାରହ ଶିକାର କରିବାକୁ ଯାଇ ଯୁବକ ମୃତ
ବାରହ ଶିକାର କରିବାକୁ ଯାଇ ଯୁବକ ମୃତ
author img

By

Published : May 13, 2021, 12:46 PM IST

ସମ୍ବଲପୁର: ବାରହା ଶିକାର କରିବାକୁ ଯାଇ ଶିକାର ହୋଇଗଲେ ଶିକାରୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଲରିଆପଲି ପଞ୍ଚାୟତର ବଡଝରଣ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବାରହା ଶିକାର କରିବାକୁ କିଛି ଯୁବକ ଯାଇଥିଲେ । କୌଣସି କାରଣରୁ ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିବାକୁ ତାଙ୍କର ମୃତ୍ୟୁ ହୋଇଛି ।

ବାରହ ଶିକାର କରିବାକୁ ଯାଇ ଯୁବକ ମୃତ

ଅନ୍ୟ ଯୁବକମାନେ ଘଟଣାକୁ ଲୁଚେଇବା ସହିତ ଯୁବକଙ୍କୁ ମାଟି ଖୋଳି ପୋତି ଦେଇଛନ୍ତି । ଘଟଣା ପ୍ରଘଟ ହେବା ପରେ କୁଚିଣ୍ଡା ମହୁଳପାଲି ପୋଲିସ 10 ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଏହା ସହ ଜଙ୍ଗଲରେ ଯୁବକଙ୍କୁ ପୋତା ଯାଇଥିବା ସ୍ଥାନକୁ ଖୋଲି ଯୁବକଙ୍କ ଗଳିତ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ପୋଲିସର ସୂଚନାଅନୁସାରେ ଗତ ରବିବାର ଦିନ ସକାଳୁ ବାମରା ବ୍ଲକ ଲରିଆପାଲି ପଂଚାୟତ ଅନ୍ତର୍ଗତ ଗୁଏଲ ଝୁମ୍ପା, କରଲା ଖମନ ଗାଁର ମୋଟ 11 ଜଣ ବ୍ୟକ୍ତି ବାରହା ଶିକାର କରିବା ପାଇଁ ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଡ଼ ଝରଣ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ଶିକାର ପାଇଁ ଜଗି ରହିଥିବା ବେଳେ କୌଣସି କାରଣ ବନ୍ଧୁକରୁ ଗୁଳିଫୁଟି ପ୍ରକାଶ କୁଲୁ (35)ଙ୍କ ଛାତିରେ ବାଜିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ପ୍ରକାଶଙ୍କ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦିଆଯାଇଥିଲା ।

ଘଟଣାରେ ମୁହୁଳପାଲି ଥାନା ଅଧିକାରୀ ଜ୍ୟୋଷ୍ଣରଣୀ ବେହେରାଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ ହୋଇଛି । ବାମରା ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ ସଲବିନ୍ଦର ସିଂ, ରେଞ୍ଜ ଅଫିସର ରାଜଶ୍ରୀ ତିର୍କୀ ଘଟଣା ସ୍ଥଳକୁ ଯାଇ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ପ୍ରକାଶଙ୍କ ସ୍ତ୍ରୀ ଉର୍ମିଳାଙ୍କ ଏତଲାକୁ ଆଧାର କରି ପୋଲିସ 10 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଅଞ୍ଚଳର ମଙ୍ଗଳା ଟପ୍ପୋ, ଅନୀଲ କେରକେଟା, ଗ୍ରୀଗୋରୀ କୁଲୁ, ତିନ୍ତୁସ ଟପ୍ପୋ, ସଂଚାରୁ ଟପ୍ପୋ, ଭଞ୍ଜ ଟପ୍ପୋ, ଦୁତିଆ ବାଗ,ଦାରା ସିଂ ଟପ୍ପୋ, ଉପେନ୍ଦ୍ର ଶବର ଓ ବିର୍ଷା ତିର୍କୀ। ସମସ୍ତଙ୍କ ବିରୋଧରେ ଦଫା 304(ଏ)/201/34/25/27 ମାମଲା ରୁଜୁ ହୋଇଛି।

ସମ୍ବଲପୁରରୁ ବାଦଶାହା ଜୁସମାନ କୁମାର ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.