ସମ୍ବଲପୁର: ଅଇଁଠାପାଲି ଥାନାରେ ଅଚାନକ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍। ଥାନା ଭିତରେ ମୋ ସରକାର ଯୋଜନାର ଅଗ୍ରଗତି ଓ ସ୍ଥିତି ନେଇ କଲରିଛନ୍ତି ସମୀକ୍ଷା । ଶୁକ୍ରବାର 5T ସଚିବ ପାଣ୍ତିଆନ୍ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପରେ ଏୟାର ଷ୍ଟ୍ରିପ ଯିବା ରାସ୍ତାରେ ଅଚାନକ ଯାଇ ପହଞ୍ଚିଛନ୍ତି ସମ୍ବଲପୁରର ଅଇଠାପାଲି ଥାନାରେ ।
ସେଠାକୁ ଯାଇ ସେ ‘ମୋ ସରକାର’ ଯୋଜନାର କାର୍ଯ୍ୟକାରିତା ନେଇ କରିଛନ୍ତି ସମୀକ୍ଷା। ସେଠାରେ ସମ୍ବଲପୁର ଏସପି ଓ ଅଇଠାପାଲି ଥାନା ଅଧିକାରି ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ସେ କିଛି ଅଭିଯୋଗ କାରୀଙ୍କ ସହ ସିଧା ସଳଖ କଥା ହୋଇ ତାଙ୍କ ଠୁ ଫିଡ଼ ବେକ ମାଗି ଥିଲେ । ପାଣ୍ଡିଆନଙ୍କ ଏପରି ଅଚାନକ ଥାନା ପରିଦର୍ଶନ ସ୍ଥାନୀୟ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଥାନା ଅଧିକାରୀଙ୍କ ନିଦ ହଜେଇ ଦେଇଛି ।
ସମ୍ବଲପୁରରୁ ବାଦଶାହ ଯୁଶମନ ରଣା, ଇଟିଭି ଭାରତ