ETV Bharat / state

ବସ୍ ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ, ସମ୍ବଲପୁରରେ ଉତ୍ତେଜନା - ସମ୍ବଲପୁର ଛାତ୍ର ମୃତ

Sambalpur Road Accident: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଫ୍ରେଜର କ୍ଳବ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ l ଅଧିକ ପଢ଼ନ୍ତୁ

ସ୍କୁଟିକୁ ଧକ୍କା ଦେଲା ବସ
ସ୍କୁଟିକୁ ଧକ୍କା ଦେଲା ବସ
author img

By ETV Bharat Odisha Team

Published : Jan 4, 2024, 7:06 AM IST

Updated : Jan 4, 2024, 10:06 AM IST

ସ୍କୁଟିକୁ ଧକ୍କା ଦେଲା ବସ

ସମ୍ବଲପୁର: ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନା ତଥା ଅସାବଧାନତା କାରଣରୁ ଅକାଳରେ ଚାଲିଯାଉଛି ନିରୀହ ଜୀବନ । ରାଜ୍ୟରେ କିଛି ଦିନ ଧରି ଏଭଳି ଦୁର୍ଘଟଣା ଘଟଣା ବାରମ୍ବାର ଘଟୁଥିବା ବେଳେ ଏବେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଫ୍ରେଜର କ୍ଳବ ନିକଟରେ ଘଟିଛି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ଛାତ୍ରଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ଛାତ୍ର ଜଣକ ଆମ୍ବେଦକରନଗରର ଦିଶାନ୍ତ ନାୟକ (14) ବୋଲି ଜଣାପଡିଛି । ସେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର 9ମ ଶ୍ରେଣୀରେ ପଢୁଥିଲେ । ତେବେ ଦୁର୍ଘଟଣାରେ ଦିଶାନ୍ତଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଛାତ୍ର ଜଣକ ଏକ ସ୍କୁଟିରେ ଔଷଧ ଆଣିବା ପାଇଁ ଯାଉଥିଲେ । ଏହି ସମୟରେ ତାଙ୍କୁ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଛାତ୍ର ଦିଶାନ୍ତଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ । ଲୋକଙ୍କୁ ହଟେଇବା ପାଇଁ ପୋଲିସକୁ ମୃଦୁ ବଳ ପ୍ରୟୋଗ କରିବାକୁ ପଡ଼ିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ଘଟାଇଥିବା ଯାତ୍ରୀବାହୀ ବସକୁ କଚେରୀ ଛକରେ କିଛି ଲୋକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ପରେ ପୋଲିସ ସ୍ଥିତିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିଥିଲା । ବର୍ତ୍ତମାନ ଟାଉନ ଥାନା ଅଞ୍ଚଳରେ ଓ ଲକ୍ଷ୍ମୀ ଟକିଜ ଛକ ଅଞ୍ଚଳରେ ଉତ୍ତେଜିତ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ପ୍ରବଳ ଉତ୍ତେଜନା ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତେବେ ସମାନ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁର୍ଘଟଣାରେ ବାପା ପୁଅଙ୍କର ମୃତ୍ୟୁ ଘଟିଛି । ସଦର ମହକୁମାର ପ୍ରମୁଖ ଟ୍ରାଫିକ ଛକରେ ବ୍ୟକ୍ତି ଜଣଙ୍କ ସ୍କୁଟି ଯୋଗେ ପୁଅକୁ ନେଇ ଟିଉସନରୁ ଫେରୁଥିଲେ । ସେହି ସମୟରେ ତାଙ୍କ ସ୍କୁଟିକୁ ଏକ ହାଇୱା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାପ-ପୁଅଙ୍କ ମୃତ୍ୟୁ ହୋଇଥିଲା । ତେବେ ଟ୍ରାଫିକ ପୋଲିସ ଉପସ୍ଥିତିରେ ଦୁର୍ଘଟଣା ଘଟାଇ ହାଇୱା ଗାଡିଟି ଘଟଣାସ୍ଥଳରୁ ଫେରାର୍ ମାରିବା ବେଳେ ସ୍କୁଟି ହଇୱାରେ ଲାଗି ଘୋଷାଡି ହୋଇଯାଇଥିଲା । ଫଳରେ କିଛି ବାଟ ଗଲା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାଇୱା ଗାଡିରେ ନିଆଁ ଲାଗି ଯାଇଥିଲା । ରାସ୍ତା ଉପରେ ଜଳନ୍ତା ଗାଡିକୁ ଛାଡି ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 4, 2024, 10:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.