ETV Bharat / state

ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୁତି, କୁଳପତିଙ୍କୁ ଦାୟୀ କଲା ଛାତ୍ର ବିଜେଡି

author img

By

Published : Apr 22, 2021, 8:35 PM IST

ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ତେଜିଲା ବିଜୁ ଛାତ୍ର ଜନତା ଦଳ । ଏଥିପାଇଁ କୁଳପତିଙ୍କୁ ଦାୟୀ କରିବା ସହ କ୍ଷତିପୂରଣ ଦାବି କଲା ଦଳ । ଅଧିକ ପଢନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୁତି, କୁଳପତିଙ୍କୁ ଦାୟୀକଲା ଛାତ୍ର ବିଜେଡି

ସମ୍ବଲପୁର: ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୁତି ଦେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି(ଗୁରୁବାର) ଏହି ପ୍ରସଙ୍ଗରେ ସମ୍ବଲପୁର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି । ଏଥିସହ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ଇସ୍ତଫା ଦାବି କରାଯାଇଛି ।

ସେହିପରି ମୃତ ଦୀନବନ୍ଧୁଙ୍କ ପୁଅଙ୍କୁ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଚାକିରୀ ଓ ପରିବାର ଲୋକଙ୍କୁ 20 ଲକ୍ଷ କ୍ଷତିପୂରଣ ଦାବି କରିଛି ବିଜୁ ଛାତ୍ର ଜନତା ଦଳ । ତେବେ କୁଳପତିଙ୍କ ଦୁର୍ବ୍ୟବହାର କାରଣରୁ ଦୀନବନ୍ଧୁ ଆତ୍ମହତ୍ୟା କରିଛନ୍ତି । ତେଣୁ କୁଳପତି ଏହି ମୃତ୍ୟୁ ପାଇଁ ଦାୟୀ ବୋଲି ବିଜେଡି କହିଛି । ଅନ୍ୟପଟେ ଦୀନବନ୍ଧୁଙ୍କ ଆତ୍ମହତ୍ୟା ପଛରେ ଥିବା ଅନ୍ୟ ଦୋଷୀଙ୍କୁ ସାମ୍ନାକୁ ଆଣିବାକୁ ଏକ କମିଟି ଗଠନ କରାଯାଉ ବୋଲି ଦାବି ମଧ୍ୟ କରାଯାଇଛି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.