ETV Bharat / state

ଶିକ୍ଷକ ସାଜିଲେ ଭକ୍ଷକ, ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

author img

By ETV Bharat Odisha Team

Published : Nov 30, 2023, 12:41 PM IST

Updated : Nov 30, 2023, 2:15 PM IST

ସମ୍ବଲପୁରରେ ନବମ ଶ୍ରେଣୀ ଯାତ୍ରୀଙ୍କୁ ଯୌନ ନିର୍ଯାତନା । ସ୍କୁଲ୍‌ର ଇଂରାଜୀ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ । ଅଧିକ ପଢ଼ନ୍ତୁ

ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ
ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ
ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ସମ୍ବଲପୁର: ଶିକ୍ଷକ ସାଜିଲେ ଭକ୍ଷକ । ସ୍କୁଲ୍‌ ଭିତରେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା । ସମ୍ବଲପୁର ସହରର ବରେଇପାଲି ଥାନା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି l ସ୍କୁଲର ଇଂରାଜୀ ଶିକ୍ଷକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି l ଏନେଇ ଥାନାରେ ପୀଡିତାଙ୍କ ବାପାମାଆ ଓ ସ୍କୁଲ ପ୍ରିନ୍ସିପାଲ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ।

ସୂଚନା ମୁତାବକ, ପୀଡିତା ନବମ ଶ୍ରେଣୀର ଛାତ୍ରୀ । ୩ ଦିନ ତଳେ ଇଂରାଜୀ ଶିକ୍ଷକ ସ୍କୁଲ୍‌ ଭିତରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ହେଲେ ସେଦିନ ନାବାଳିକା ଭୟରେ ଏ କଥା କାହାରିକୁ ଜଣାଇ ପାରିନଥିଲେ । କିନ୍ତୁ ଗତକାଲି(ବୁଧବାର) ରାତିରେ ସେ ସାହାସ ଜୁଟାଇ ବାପାମାଆଙ୍କ ଆଗରେ ଅଭିଯୁକ୍ତ ସାରଙ୍କ ନିର୍ଯାତନା ବିଷୟରେ କହିଥିଲେ । ଏହା ଶୁଣି ପୀଡିତାଙ୍କ ବାପାମାଆ ଆଜି ଅଭିଭାବକ ସଂଘ ନିକଟରେ ଏ ବିଷୟରେ ଜଣାଇଥିଲେ । ଏହାପରେ ଅଭିଭାବକ ସଂଘ ସ୍କୁଲ ପ୍ରିନ୍ସିପାଲଙ୍କ ନିକଟରେ ବିରୋଧରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Nabarangpur Shocker: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ୨ ଶିକ୍ଷକ ଅଟକ

ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରିନ୍ସିପାଲ ଏବଂ ଅଭିଭାବକ ବରେଇପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସ୍କୁଲରେ ପହଞ୍ଚି ଇଂରାଜୀ ଶିକ୍ଷକଙ୍କୁ ଉଠାଇ ନେଇଥିଲା । ଏହି ଖବର ପ୍ରଘଟ ହେବା ପରେ ଉପଜିଲ୍ଲାପାଳ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ସ୍କୁଲ କମିଟି ସହିତ ଆଲୋଚନା କରିଛନ୍ତି । ଅଭିଭାବକ ସଂଘ ପକ୍ଷରୁ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ପୋଲିସ କେବଳ ସମ୍ପୃକ୍ତ ଶିକ୍ଷକଙ୍କୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି ।

ଏନେଇ ଉପଜିଲ୍ଲାପାଳ କହିଛନ୍ତି ଯେ,, ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି l ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି l ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ l

ସ୍କୁଲ୍‌ ହେଉଛି ବିଦ୍ୟା ମନ୍ଦିର । କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ା କାରଖାନା । ହେଲେ ସେହି ପବିତ୍ର ମନ୍ଦିରରେ ନିରୀହ ଛାତ୍ରଛାତ୍ରୀଙ୍କ ସହ ଏଭଳି ପାଶବିକତା ସଭ୍ୟ ସମାଜକୁ କଳଙ୍କିତ କରିଛି । କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରୁ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ସ୍କୁଲ ଭିତରେ ଦୁଇ ଜଣ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 30, 2023, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.