ETV Bharat / state

ତାଲାବନ୍ଦରେ ସମ୍ବଲପୁରକୁ ସାହା ରାଜ୍ୟ ସରକାରଙ୍କ ପିଡିଏସ ବଣ୍ଟନ - ସମ୍ବଲପୁରରେ ଲକଡାଉନ ପ୍ରଭାବ

ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ସରି ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ଏମିତିରେ ଏହି ତାଲାବନ୍ଦ ଭିତରେ ଗରିବ ଙ୍କ ପାଇଁ ସରକାର 3 ମାସର ରାସନ ଆଗୁଆ ଦେବାର ନିଷ୍ପତ୍ତି ନେଇ ସାରିଛନ୍ତି । ଆଉ ଏହି ପ୍ରକ୍ରିୟା ସମ୍ବଲପୁରରେ ଏବେ ଖୁବ୍‌ ସଫଳତାର ସହ ଜାରି ରହିଛି ।

pds rassion help amid lockdown, sambalpur latest news, pds distribution in sambalpur, lockdown effect in sambalpur, state government's pds scheme, ତାଲାବନ୍ଦୀରେ ସାହାଯ୍ୟ ପିଡିଏସ ରାସନ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁରରେ ପିଡିଏସ ବଣ୍ଟନ, ସମ୍ବଲପୁରରେ ଲକଡାଉନ ପ୍ରଭାବ, ରାଜ୍ୟ ସରକାରଙ୍କ ପିଡିଏସ ବଣ୍ଟନ ଯୋଜନା
ତାଲାବନ୍ଦୀରେ ସମ୍ବଲପୁରବାସୀଙ୍କୁ ସାହା ରାଜ୍ୟ ସରକାରଙ୍କ ପିଡିଏସ ବଣ୍ଟନ
author img

By

Published : May 19, 2020, 6:01 PM IST

ସମ୍ବଲପୁର: ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ସରି ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ଏମିତିରେ ଏହି ତାଲାବନ୍ଦ ଭିତରେ ଗରିବଙ୍କ ପାଇଁ ସରକାର 3 ମାସର ରାସନ ଆଗୁଆ ଦେବାର ନିଷ୍ପତ୍ତି ନେଇ ସାରିଛନ୍ତି । ଆଉ ଏହି ପ୍ରକ୍ରିୟା ସମ୍ବଲପୁରରେ ଏବେ ଖୁବ୍‌ ସଫଳତାର ସହ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରେ ଏହି ଯୋଜନା ଅଧିନରେ 90 ପ୍ରତିଶତ ବିତରଣ କାର୍ଯ୍ୟ ସରିଥିବା ବେଳେ ବଳକା କାର୍ଯ୍ୟ କିଛି ଦିନ ମଧ୍ୟରେ ଶେଷ ହେବା ନେଇ ଆଶ୍ବସ୍ତ କରିଛି ଜିଲ୍ଲା ପ୍ରଶାସନ ।

ତାଲାବନ୍ଦରେ ସମ୍ବଲପୁରକୁ ସାହା ରାଜ୍ୟ ସରକାରଙ୍କ ପିଡିଏସ ବଣ୍ଟନ

ସମ୍ବଲପୁର ଜିଲ୍ଲାର ସମ୍ବଲପୁର ମହାନଗର ନିଗମ, କୁଚିଣ୍ଡା ଏନଏସି, ରେଢ଼ାଖୋଲ ଏନଏସି ସମେତ 9ଟି ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ବର୍ତ୍ତମାନ 3 ମାସ ପାଇଁ ଆଗୁଆ ଚାଉଳ, ଡାଲି ଓ କିରାସିନି ଦେବା ପ୍ରକ୍ରିୟା ଜାରି ରଖିଛି ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ସୁଦ୍ଧା ସମଗ୍ର ଜିଲ୍ଲାରେ ପାଖାପାଖି 90 ପ୍ରତିଶତ ପିଡ଼ିଏସ ଚାଉଳ ଓ ଡାଲି ବଣ୍ଟା ସରିଥିବା ଜଣାପଡିଛି । ଏଥିପାଇଁ ମୁଖ୍ୟତଃ ଗ୍ରାମାଞ୍ଚଳର ଗରିବ ଶ୍ରେଣୀ ଖୁସି ପ୍ରକାଶ କରିଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ଅତି କମରେ ଏତିକି ସହାୟତା ତାଙ୍କ ପାଇଁ ଆଶ୍ଵସ୍ତିକର ବିଷୟ ବୋଲି ସେମାନେ କହିଛନ୍ତି।

ଜଣଙ୍କ ପିଛା 15 କେଜି ଚାଉଳ ଓ ରାସନ କାର୍ଡ ପିଛା 3 କେଜି ଡାଲି ମାଗଣାରେ ଦିଆଯାଉଛି । ଏହାସହ ଆକାଉଣ୍ଟରେ 1 ହଜାର ଟଙ୍କା ଓ କିରୋସିନି ମଧ୍ୟ ଦିଆଯାଉଛି । ସମ୍ବଲପୁର ଯୋଗାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାର ସହରାଞ୍ଚଳ ଓ 9ଟି ବ୍ଲକ ପାଇଁ 1,15,373.23 କ୍ବିଣ୍ଟାଲ ଚାଉଳ, 1,673.64 କ୍ବିଣ୍ଟାଲ ଡାଲି ଓ 8,68,649.46 କ୍ବିଣ୍ଟାଲ କିରାସିନି ଦେବାର ଅନୁମୋଦନ ମିଳିଛି। ଏଥିରୁ ଏଯାବତ୍‌ 1,07,002.12 କ୍ବିଣ୍ଟାଲ ଚାଉଳ, 6,282.21 କ୍ବିଣ୍ଟାଲ ଡାଲି ଓ 3,59,295 କ୍ବିଣ୍ଟାଲ କିରାସିନି ସମଗ୍ର ଜିଲ୍ଲାର ହିତାଧିକାରୀମାନଙ୍କୁ ଦିଆସରିଛି।

ଏହିଭଳି ଭାବେ ସମଗ୍ର ଜିଲ୍ଲାରେ 92.7 ପ୍ରତିଶତ ପିଡ଼ିଏସ ଚାଉଳ, 91.7 ପ୍ରତିଶତ ଡାଲି ଓ 41 ପ୍ରତିଶତ କିରାସିନି ହିତାଧିକାରୀଙ୍କ ମଧ୍ୟରେ ବଣ୍ଟା ସରିଛି । ଆଗାମୀ ଦିନରେ ବାକି ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ 3 ମାସର ରାସନ ଅତି ଶୀଘ୍ର ପହଞ୍ଚିଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.