ETV Bharat / state

ସମ୍ବଲପୁରକୁ ରାଜ୍ୟ ସରକାରଙ୍କ 188 କୋଟିର ଭେଟି, ଦୂର ହେବ ଜଳକଷ୍ଟ - ଅମୃତ ଗଙ୍ଗା ପ୍ରକଳ୍ପ

ସମ୍ବଲପୁରରେ ଜଳକଷ୍ଟ ଦୂର କରିବାକୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପ୍ଲାନ । ସମ୍ବଲପୁରବାସୀଙ୍କୁ 188 କୋଟି ଟଙ୍କାର ଜଳ ପ୍ରକଳ୍ପ ଭେଟି ଦେଲେ ସରକାର । ବର୍ଷ ତମାମ୍ ବିଶୁଦ୍ଧ ପାନୀୟ ଜଳ ପାଇବେ ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ସମ୍ବଲପୁରକୁ ରାଜ୍ୟ ସରକାରଙ୍କ 188 କୋଟିର ଭେଟି, ଦୂର ହେବ ଜଳକଷ୍ଟ

author img

By

Published : Apr 22, 2021, 10:54 PM IST

ସମ୍ବଲପୁର: ପଶ୍ଚିମ ଓଡି଼ଶାର ପ୍ରାଣକେନ୍ଦ୍ର ସମ୍ବଲପୁର । ଏହି ଜିଲ୍ଲାରେ ରହିଛି ଜଳ ସମ୍ପଦର ପ୍ରାଚୁର୍ଯ୍ୟ । ହୀରାକୁଦ ଡ୍ୟାମ ଓ ମହାନଦୀ ଭଳି ବୃହତ ଜଳଉତ୍ସ ଜିଲ୍ଲାର ଅନ୍ୟତମ ସମ୍ବଳ । ହେଲେ ଏ ସବୁ ସତ୍ତ୍ବେ କେତେକ ବ୍ଲକର ଗ୍ରାମାଞ୍ଚଳରେ ଶେଷ ହେଉନି ଜଳ ଦୁର୍ଦ୍ଦଶା । ଅନେକ ଅଞ୍ଚଳରେ ବର୍ଷ ତମାମ ଉତ୍କଟ ଜଳସଙ୍କଟ ଭୋଗୁଛନ୍ତି ଲୋକେ । ଯାହାକୁ ଦୂର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ଲାନ । 188 କୋଟି ଟଙ୍କାର ଜଳପ୍ରକଳ୍ପ ସରକାର ଭେଟି ଦେଇଛନ୍ତି ସମ୍ବଲପୁରବାସୀଙ୍କୁ ।

ସମ୍ବଲପୁରକୁ ରାଜ୍ୟ ସରକାରଙ୍କ 188 କୋଟିର ଭେଟି, ଦୂର ହେବ ଜଳକଷ୍ଟ

ରାଜ୍ୟ କ୍ୟାବିନେଟର ଏହି ସ୍ବତନ୍ତ୍ର ପ୍ଲାନ ପାଇଁ ଟେଣ୍ଡର ଅନୁମୋଦନ ଶେଷ ହୋଇଛି । ଏହି ଯୋଜନା ଦ୍ବାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳକୁ ପର୍ଯ୍ୟାପ୍ତ ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ । ସମ୍ବଲପୁର ମହାନଗର ନିଗମ ସହ 6ଟି ବ୍ଲକରେ ପାଣି ପହଞ୍ଚା ଯାଇପାରିବ ।

ବିଶେଷକରି ଜିଲ୍ଲାର ଧନକଉଡା, ମାନେଶ୍ବର, ଯୁଜୁମୁରା, ରେଙ୍ଗାଲୀ ଓ ଜମେନକିରା ବ୍ଲକର ଉପାନ୍ତ ଅଞ୍ଚଳରେ ବର୍ଷ ତମାମ୍ ଲୋକେ ପାନୀଜ ଜଳ ପାଇଁ ନାନା ହଇରାଣ ହୋଇଥାନ୍ତି । ମାତ୍ର ଏହି ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କ ଜଳକଷ୍ଟକୁ ଦୂର ହେବ । 26 ପଞ୍ଚାୟତର 138 ଗାଁର 1 ଲକ୍ଷ 50 ହଜାର ଲୋକେ ଏହି ଯୋଜନାରେ ଉପକୃତ ହେବେ । ଏଥିସହ ପଡୋଶୀ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ 2ଟି ପଞ୍ଚାୟତର 6ଟି ଗାଁ ମଧ୍ୟ ଏହି ପ୍ରକଳ୍ପର ସୁଫଳ ପାଇବେ ।

ହୀରାକୁଦ ଡ୍ୟାମରୁ ଏହି ଯୋଜନା ମାଧ୍ୟମରେ ସମ୍ପୃକ୍ତ ଗ୍ରାମଗୁଡିକୁ ଜଳ ଯୋଗାଣ କରାଯିବ । ତେବେ ଏହି ଭେଟି ପାଇଁ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ସହଯୋଗରେ ସମଗ୍ର ସମ୍ବଲପୁର ଜିଲ୍ଲାର ପାନୀୟ ଜଳର ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ଏହାଦ୍ବାରା ଲୋକେ ବର୍ଷ ତମାମ୍ ପାନୀୟ ଜଳ ପାଇପାରିବେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.