ସମ୍ବଲପୁର: ସମ୍ବଲପୁର ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେରକାପ(Pramod Kumar Merkap)। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ SSS ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଉପରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସେ ସମୀକ୍ଷା ବୈଠକ କରିଥିଲେ ।
ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, CDMPHO ଅଶୋକ ଦାସ, ପିଡ଼ିଡିଆରଡିଏ ଦିଲ୍ଲୀପ କୁମାର ବଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏହି ଅବସରରେ ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଓ ପୁଷ୍ଟିସାଧନ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟତଃ 3 ବର୍ଷ ପର୍ଯ୍ୟନ୍ତ ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟି ସାଧନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଏହା ସହ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କ ପୁଷ୍ଟି ସାଧନ ନିମନ୍ତେ ଆଗକୁ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେନେଇ ସେ ପରାମର୍ଶ ଦେଇଥିଲେ ।
ଇଟିଭି ଭାରତ, ସମ୍ବଲପୁର