ETV Bharat / state

CBI ତଦନ୍ତ ହେଉ, ସମ୍ବଲପୁର ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ଶତ ପ୍ରତିଶତ ଦାୟୀ: ବିଜେପି - ସରକାର ଶତ ପ୍ରତିଶତ ଦାୟୀ

ସମ୍ବଲପୁରରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଦାୟୀ ବୋଲି କହିଛନ୍ତି ବିଜେପି ସଭାପତି । ଅଧିକ ପଢ଼ନ୍ତୁ

ସମ୍ବଲପୁରର ହିଂସା କାଣ୍ଡ ଘଟଣାରେ ସରକାର ଶତ ପ୍ରତିଶତ ଦାୟୀ

author img

By

Published : Apr 30, 2023, 10:55 PM IST

ସମ୍ବଲପୁର ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ଶତ ପ୍ରତିଶତ ଦାୟୀ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସମ୍ବଲପୁରରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଦାୟୀ ବୋଲି କହିଛନ୍ତି ବିଜେପି ସଭାପତି । ଆଜି ସମ୍ୱଲପୁର ଗସ୍ତରେ ଆସି ଝାଡୁଆପଡାଠାରେ ମନ୍‌ କି ବାତ୍‌ ପାଇଁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏମିତି ଅଭିଯୋଗ କରିଛନ୍ତି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପାଳନ ସମୟରେ ହୋଇଥିବା ପଥର ମାଡ଼ ଓ ପରବର୍ତ୍ତୀ ହିଂସା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ । ଗୁଇନ୍ଦା ବିଭାଗ ଏନେଇ ଆଗୁଆ ସୂଚନା ଦେଇଥିଲେ ମଧ୍ୟ କାହିଁକି ଆଗୁଆ ପଦକ୍ଷେପ ନିଆ ଗଲାନାହିଁ ତାହା ତଦନ୍ତ ସାପେକ୍ଷ । ଏହାର CBI ତଦନ୍ତ କରାଯାଉ । CBI ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ । କେଉଁ ପରିସ୍ଥିତିରେ ଓ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇ ଯିବ । ସେଦିନ କଣ ଘଟିଥିଲା ? ଏହା ଏତଲା ଦେଇଥିବା ଥାନା ଅଧିକାରୀଙ୍କ FIR କପିରୁ ସ୍ପଷ୍ଟ ହୋଇଯାଉଛି । ତେଣୁ ଏନେଇ ରାଜ୍ୟ ସରକାର ଏକ ଶ୍ୱେତ ପତ୍ର ଜାରି କରନ୍ତୁ ।"

ଏହାସହ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଏହିଭଳି ଘଟଣା ହେବାର ସମ୍ଭାବନାକୁ ଦେଖି 6 ଏପ୍ରିଲରୁ ଅବଗତ କରାଇ ଥିଲେ ସୁଦ୍ଧା କାହିଁକି ପଦକ୍ଷେପ ନିଆନଗଲା ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଯଦି ସ୍ଥାନୀୟ ପୋଲିସ ଅପାରଗ ତାହେଲେ ରାଜ୍ୟ ସରକାର କେନ୍ଦ୍ରରୁ ଅର୍ଦ୍ଧ ସମାରିକ ବାହିନୀ ମଗାଇ ପାରିଥାନ୍ତେ । ତେବେ ଯେହେତୁ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି ତେଣୁ ଏହି ଘଟଣା ପାଇଁ ସେ ନିଜେ ଦାୟୀ ବୋଲି ସ୍ୱୀକାର କରନ୍ତୁ ବୋଲି କହିଛନ୍ତି ମନମୋହନ ସାମଲ ।

ଅନ୍ୟପଟେ ଆସନ୍ତା 1 ମେ' ରାତିରେ ବିଜେପିର 4 ଜଣିଆ ପ୍ରତିନିଧି ଏହି ଘଟଣା ନେଇ ସମ୍ବଲପୁର ଆସିବେ । 2 ତାରିଖରେ ହନୁମାନ ଜୟନ୍ତୀ ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଓ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବେ । ତଥା ସ୍ଥାନୀୟ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ମନମୋହନ ସାମଲ । ଗତ ଏପ୍ରିଲ 12 ଓ 14 ତାରିଖରେ ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପାଳନ ସମୟରେ ପଥର ମାଡ଼, ପୋଡା ଜଳା ସହ ହିଂସାକାଣ୍ଡ ହୋଇଥିଲା । 12 ତାରିଖ ଘଟଣାରେ ପୋଲିସ 46 ଜଣଙ୍କୁ ଓ 14 ତାରିଖ ଘଟଣାରେ 56 ଜଣକୁ ଗିରଫ କରି ସରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.