ETV Bharat / state

ଜଳ ଓ ତାପଜ ବିଦ୍ୟୁତ ଶକ୍ତିର ବିକଳ୍ପ ସୌରଶକ୍ତି, ବିଦ୍ୟୁତ ଖର୍ଚ୍ଚ 40%କୁ ହ୍ରାସ

ସମ୍ବଲପୁର ଜିଲ୍ଲାରେ OREDA ପକ୍ଷରୁ ଅନେକ ସରକାରୀ ଅନୁଷ୍ଠାନ ରେ ସୋଲାର ପାୱାର ସିଷ୍ଟମ ପ୍ରତିଷ୍ଠା କରାଯାଇଛି। ଏଭଳି ଏକ ବଡ଼ ଧରଣର ପ୍ରକଳ୍ପ ହେଉଛି ସମ୍ବଲପୁର ଜ୍ୟୋତି ବିହାର ବିଶ୍ୱ ବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିବା ସୋଲାର ପାୱାର ସିଷ୍ଟମ।ଏହା ଦ୍ୱାରା ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ବିଦ୍ୟୁତ ବିଲ 40 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।

ଜଳ ଓ ତାପଜ ବିଦ୍ୟୁତ ଶକ୍ତିର ବିକଳ୍ପ ସୌର ଶକ୍ତି, 40 % ବିଦ୍ୟୁତ ଖର୍ଚ୍ଚ ହ୍ରାସ

author img

By

Published : Jan 15, 2021, 5:22 PM IST

Updated : Jan 15, 2021, 5:44 PM IST

ସମ୍ବଲପୁର: ସମ୍ପ୍ରତି ଦୁନିଆଁର ପ୍ରତ୍ୟେକଟି କ୍ଷେତ୍ରରେ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡୁଛି। ଆଉ ଏଥିପାଇଁ ଆମେ ପାରମ୍ପରିକ ବିଦ୍ୟୁତ ଉତ୍ପାଦକ ଭାବେ ଜଳ ବିଦ୍ୟୁତ ପ୍ରକଳ୍ପ ଓ ତାପଜ ବିଦ୍ୟୁତ ପ୍ରକଳ୍ପ ଉପରେ ନିର୍ଭର କରୁଛେ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ବିଦ୍ୟୁତ ଶକ୍ତି ଅତି ବ୍ୟୟସାପେକ୍ଷ ସାବ୍ୟସ୍ତ ହେଉଛି।ଏଭଲି ସ୍ଥିତି ରେ ମୁଖ୍ୟତଃ ସରକାରୀ ସଂସ୍ଥା ଗୁଡ଼ିକ ରେ ବର୍ତ୍ତମାନ ସୌର ବିଦ୍ୟୁତ ଶକ୍ତିର ବ୍ୟବହାରକୁ ପ୍ରାଥମିକତା ଦିଆଯିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ଜଳ ଓ ତାପଜ ବିଦ୍ୟୁତ ଶକ୍ତିର ବିକଳ୍ପ ସୌରଶକ୍ତି

ସମ୍ବଲପୁରର ଜ୍ୟୋତିବିହାର ବିଶ୍ଵ ବିଦ୍ୟାଳୟ। ଏହି ଲକ ଡାଉନ ଭିତରେ ଏହି ବିଶ୍ୱ ବିଦ୍ୟାଳୟ ଏକ ବଡ଼ ଉପଲବ୍ଧି ହାସଲ କରିଛି। ଏହି ବିଶ୍ୱ ବିଦ୍ୟାଳୟ ର ପ୍ରଶାସନିକ ବିଭାଗର କୋଠା, ସବୁ ହଷ୍ଟେଲ ସହ ସ୍ୱାସ୍ଥ୍ୟ କେନ୍ଦ୍ର ପୁରାପୁରି ସୌର ବିଦ୍ୟୁତ ଶକ୍ତି ରେ ହିଁ ପରିଚାଳିତ ହେଉଛି।ନିହାତି ଆବଶ୍ୟକ ପଡ଼ିଲେ ମାତ୍ର 10 ପ୍ରତିଶତ ପାରମ୍ପରିକ ବିଦ୍ୟୁତ ଶକ୍ତି ବ୍ୟବହାର ହୋଇଥାଏ। ପ୍ରଶାସନିକ ବିଭାଗର ଛାତ ଉପରେ 245 କିଲୋୱାଟ ର ସୋଲାର ପାୱାର ସିଷ୍ଟମ ଇନଷ୍ଟଲ କରାଯାଇଛି।ସୋଲାର ପେନାଲ ଗୁଡିକ ଦକ୍ଷିଣ ଦିଗକୁ ମୁହଁ କରି ଲଗାଯାଇଛି। ଏଠିକାର ଭୌଗଳିକ ସ୍ଥିତି ଅନୁସାରେ ଏଠାରେ ସୂର୍ଯ୍ୟଙ୍କ ତାପମାତ୍ରା ଟିକେ ଅଧିକ ଥିବାରୁ ବହୁତ ଲାଭ ମିଳୁଥିବା ନୋଡାଲ ଅଫିସର କହିଛନ୍ତି ।

(RECL)Rural Electrification Corporation ସିଏସଆର ପାଣ୍ଠି ରୁ ମୋଟ 3 କୋଟି 43 ଲକ୍ଷ ଟଙ୍କାରେ ଏହା ତିଆରି ହୋଇଛି। 'ଟେରୀ' ନାମକ ଏକ ସଂସ୍ଥା ଏହାର ଡିଜାଇନ କରିଥିବା ବେଳେ OREDA ଦ୍ୱାରା ଏହାର (executation) ପ୍ରତିଷ୍ଠା ହୋଇଛି। ଗ୍ରୀନକୋ ନାମକ ଏକ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରୁଛି। ଏହା ଦ୍ୱାରା ସମ୍ପୂର୍ଣ୍ଣ ବିଦ୍ୟୁତ ଶକ୍ତି ର ଚାହିଦା ନିରବିଛିନ୍ନ ଭାବେ 24 ଘଣ୍ଟା ପାଇଁ ପୂରଣ ହୋଇପାରୁଛି। ଏହା ସହ ଏହା ଦ୍ୱାରା 40 ପ୍ରତିଶତ ପର୍ଯ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ କମିଛି। ପୂର୍ବରୁ ବିଶ୍ୱ ବିଦ୍ୟାଳୟକୁ WESCOକୁ ବିଦ୍ୟୁତ ବିଲ ବାବଦରେ 40 ଲକ୍ଷ ଟଙ୍କା ଦେବାକୁ ପଡୁଥିବା ବେଳେ ବର୍ତ୍ତମାନ 40 % ବିଦ୍ୟୁତ ଖର୍ଚ୍ଚ ହ୍ରାସ ପାଇଛି।

ଗତ 19 ଏପ୍ରିଲ 2017 ରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଓ RECL ମଧ୍ୟରେ ଏଥିପାଇଁ MOA ସ୍ୱାକ୍ଷରିତ ହୋଇଥିବା ବେଳେ ଏହାଙ୍କୁ ପ୍ରତିଷ୍ଠା କରିବାକୁ 23-05-2018 ରେ OREDA ସହ MOU ସ୍ୱାକ୍ଷରିତ ହୋଇଥିଲା।ଆଉ ଗତ ଜୁଲାଇ 21ରେ ଏହା ଉଦଘାଟନ ହୋଇ ବର୍ତ୍ତମାନ ସଫଳ ଭାବେ ପରିଚାଳନା କରୁଛି।ସମଗ୍ର ରାଜ୍ୟରେ କୌଣସି ଶିକ୍ଷା ଅନୁଷ୍ଠାନ ପ୍ରଥମ ଥର ପାଇଁ ଏତେ ବଡ଼ ସୋଲାର ପ୍ରଜେକ୍ଟ ହୋଇଥିବା ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ସମ୍ବଲପୁର ଜିଲ୍ଲାର ରେ OREDA ପକ୍ଷରୁ ସରକାରୀ ଆବାସିକ ସ୍କୁଲ ଗୁଡିକରେ 10 କିଲୋୱାଟ ର ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏହା ସହ ଜିଲ୍ଲାର ମାଧ୍ୟମ ଓ କ୍ଷୁଦ୍ର ଚାଷୀ ଙ୍କ ପାଇଁ ବିଭିନ୍ନ ସ୍ଥାନରେ 79 ଟି ସୋଲାର ଇରିଗେଶନ ପମ୍ପ ର ବ୍ୟବସ୍ଥା ହୋଇଛି ଓ 616ଟି ନଳକୂପ କୁ ସୌରଚାଳିତ କରାଯାଇଛି ବୋଲି OREDA କତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୌର ଚଳିତ ଏହି ସୋଲାର ପ୍ରକଳ୍ପ ସବୁ ଦୀର୍ଘ ମିଆଦୀ ହୋଇଥିବାରୁ ବର୍ତ୍ତମାନ ସରକାରୀ ସ୍ତରରେ ରେ ବିଭିନ୍ନ ଅନୁଷ୍ଠାନର ବିଦ୍ୟୁତ ଖର୍ଚ୍ଚ ବହୁତ ପରିମାଣରେ ହ୍ରାସ ପାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 15, 2021, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.