ETV Bharat / state

Solar Plant In Hirakud Dam: ହୀରାକୁଦ ଜଳଭଣ୍ଡାରରୁ ଉତ୍ପାଦନ ହେବ ସୌର ଶକ୍ତି - ହୀରାକୁଦ ଜଳଭଣ୍ଡାରରୁ ସୌର ଶକ୍ତି ଉତ୍ପନ୍ନ

ହୀରାକୁଦ ଜଳଭଣ୍ଡାରରେ(Hirakud Dam reservoir) ଏବେ ଜଳ ବିଦ୍ୟୁତ ସହ ଉତ୍ପାଦନ ହେବ ସୌର ବିଦ୍ୟୁତ(solar power)। ତେବେ ଏହି ପ୍ରକଳ୍ପଟି 200 କୋଟି ବଜେଟର ବୋଲି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ହୀରାକୁଦ ଜଳଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ, ଖର୍ଚ୍ଚ ହେବ 200 କୋଟି

author img

By

Published : Dec 4, 2021, 4:03 PM IST

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଉତ୍ପାଦନ ହେବ ଗ୍ରୀନ ଏନର୍ଜି । ବିନା ପ୍ରଦୂଷଣରେ ହୀରାକୁଦ ଜଳଭଣ୍ଡାରର ଜଳରାଶିରେ ସୋଲାର ପେନାଲ ପକାଇ ଉତ୍ପାଦନ ହେବ ସୌରଶକ୍ତି । କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆର ଉଦ୍ୟମରେ ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ ସରିଯାଇଥିବା ବେଳେ ଆଗାମୀ ବର୍ଷରେ ଏହି ପ୍ରକଳ୍ପ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।

ହୀରାକୁଦ ଜଳଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ, ଖର୍ଚ୍ଚ ହେବ 200 କୋଟି

ହୀରାକୁଦ ଜଳଭଣ୍ଡାରରେ ଏବେ ଜଳ ବିଦ୍ୟୁତ ସହ ଉତ୍ପାଦନ ହେବ ସୌର ବିଦ୍ୟୁତ(solar power)। ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆର(Solar Energy Corporation of India) ଉଦ୍ୟମରେ ଏହି ପ୍ରକଳ୍ପ ପାଇଁ ଜୁଲାଇ-ଅଗଷ୍ଟରେ ଏକ ସଂସ୍ଥା ଦ୍ବାରା ସର୍ଭେ କାର୍ଯ୍ୟ ସରିଯାଇଛି। ଆସନ୍ତା ବର୍ଷ ଆରମ୍ଭରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଜଳଭଣ୍ଡାରର 743 ବର୍ଗ କିମିରୁ 10 ବର୍ଗ କିମି ଅଞ୍ଚଳରେ ସର୍ଭେ ହୋଇଥିବା ବେଳେ 1 ବର୍ଗ କିମି ଅଞ୍ଚଳରେ ଏହି ପ୍ରକଳ୍ପ ହେବ।

ଗଭୀର ଜଳରାଶିରେ ସୋଲାର ପାନେଲ ବିଛାଇ 40 ମେଗାୱାଟ ସୋଲାର ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ସର୍ଭେ କାମ ସରିଯାଇଛି । ପାନେଲ ଗୁଡ଼ିକର ଆୟୁଷ ୨୫ ବର୍ଷ ରହିବ । ତେବେ ଏହି ପ୍ରକଳ୍ପଟି 200 କୋଟି ବଜେଟର ବୋଲି ସୂଚନା ଦିଆଯାଇଛି। ଏହି ପ୍ରକଳ୍ପ ଦ୍ବାରା ରାଜ୍ୟର ବିଦ୍ୟୁତ ସଙ୍କଟ କିଛି ମାତ୍ରରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.