ETV Bharat / state

ସମ୍ବଲପୁର: ଅସହାୟଙ୍କ ଆଶାବାଡି ବିପିନ

ଝଡି ଯାଉଥିବା ବୟସରେ ଦେବତୂଲ୍ୟ ମଣିଷଙ୍କ ସହାୟତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Feb 9, 2019, 10:42 AM IST

ସମ୍ବଲପୁର: 'ଅରକ୍ଷିତକୁ ଦଇବ ସାହା' । ଝଡି ଯାଉଥିବା ବୟସରେ ଦେବତୂଲ୍ୟ ମଣିଷଙ୍କ ସହାୟତା । ବେସାହାରା ବୃଦ୍ଧା ମଣିଷ ପାଇଁ ସାହାରା ପାଲଟିଛନ୍ତି ବିପିନ ବିହାରୀ ପଣ୍ଡା । ଷ୍ଟେସନ କଡରେ ଭିକ୍ଷା ବୃତ୍ତିରେ ଜିଉଁଥିବା ମଣିଷକୁ ଉଠାଇ ନେଇ ଦେଇଛନ୍ତି ସୁରକ୍ଷିତ ଜୀବନ ।

ପାରାଦ୍ବୀପର 70 ବର୍ଷୀୟ ବୃଦ୍ଧା ଜଗବନ୍ଧୁ ବିଶ୍ବାଳ । 1999ର ମହାବାତ୍ୟାରେ ଉଜାଡି ହୋଇଯାଇଥିଲା ତାଙ୍କ ପରିବାର । ସେତେବେଳେ ଜଗବନ୍ଧୁ ଖଡକପରରେ ଝୋଟ କମ୍ପାନୀରେ କାମ କରୁଥିବାରୁ ବଞ୍ଚିଯାଇଥିଲେ । ହେଲେ ଯେଉଁ ଜୀବନ ଥିଲା ତାହା ମୃତ୍ୟୁ ଠାରୁ ଦୁର୍ବିସହ । ଯେଉଁ ଚାକିରିଥିଲେ ତାହା କମ୍ପାନୀ ମଧ୍ୟ ବନ୍ଦ ହୋଇଗଲା । ଆଉ ଏହା ପରେ ସେ ଚାଲିଆସନ୍ତି ସମ୍ବଲପୁରକୁ । ଏଠି ଆରମ୍ଭ ହୋଇଯାଏ ଜୀବନର ସଂର୍ଘଷ । କୁଲି ମଜୁରୀ କାମ କରି ଜୀବନ ଅତିବାହିତ କରୁଥିଲେ ବୃଦ୍ଧା ଜଗବନ୍ଧୁ । ହେଲେ ବାର୍ଦ୍ଧ୍ୟକତା ଯୋଗୁଁ କିଛି ମାସ ହେଲା ଭିକ୍ଷା ବୃତ୍ତି କରୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
undefined

ଏହି ସମୟରେ ଆଗେଇ ଆସିଥିଲେ ବିପିନି ବିହାରୀ ପଣ୍ଡା । ନାଁ ସେ କୌଣସି ସ୍ବେଚ୍ଛାସେବୀ ନାଁ ତାଙ୍କର ଏନଜିଓ ଅଛି । ନାଁ କୌଣସି ସରକାରୀ ସହାୟତା ଆଶା କରନ୍ତି । ନିସ୍ବାର୍ଥ ଭାବନାରେ କରିଆସୁଛନ୍ତି ସହାୟତା । ଆଉ ନିଜର ଏଭଳି କାର୍ଯ୍ୟକୁ ନେଇ ବେଶ ସନ୍ତୁଷ୍ଟି ଲାଭ କରନ୍ତି ବୋଲି ସେ କୁହନ୍ତି । ଆଜିକୁ ଏମିତି 50 ରୁ ଊର୍ଦ୍ଧ୍ଵ ଅସହାୟଙ୍କୁ ଉଦ୍ଧାର କରି ନିଜ ଖର୍ଚ୍ଚରେ ଆଶ୍ରମକୁ ପଠାଇ ସାରିଛନ୍ତି । ଆଉ ଜଗବନ୍ଧୁଙ୍କୁ ମଧ୍ୟ ସେ ଭୁବନେଶ୍ବରର ଏକ ବୃଦ୍ଧାଶ୍ରମକୁ ପଠାଇଛନ୍ତି ।

ସମ୍ବଲପୁରରୁ ଜୁସ୍ମନ ଋଣା, ଇଟିଭି ଭାରତ

Intro:Body:

ଜମି ହରାଇ ବୌଦ୍ଧପ୍ରଜା ସଂଘ ହଟହଟା

ବୌଦ୍ଧ: ଆରମ୍ଭ ହୋଇନାହିଁ ଜମି ଅଧିଗ୍ରହଣ । ଏହାସହ ପଡିରହିଛି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ । ଯାହା ପାଇଁ ଅନେକ ଲୋକ ଜମି ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେଠାକାର ଜମିହରାମାନଙ୍କ ଜମିର ଉପଯୁକ୍ତ ଦର ଧାର୍ଯ୍ୟ କରାଯାଇ ନାହିଁ । 

ଏଥିପାଇଁ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଜମି ହରାଇଥିବା ବୌଦ୍ଧ ପ୍ରଜା । ଉକ୍ତ ପ୍ରଜାମାନେ ନିଜ ଜମିର ଦର ଧାର୍ଯ୍ୟ ହୋଇନଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସେମାନଙ୍କ କହିବା ଅନୁସାରେ, ଜମି ଅଧିଗ୍ରହଣ ଆଇନକୁ ଉପେକ୍ଷା କରାଯାଇଛି । ଏହାସହ ବେଞ୍ଚ ମାର୍କ ଭାଲ୍ୟୁରେ ଆବଶ୍ୟକ ବର୍ଦ୍ଧିତ ଦର ଧାର୍ଯ୍ୟ କରାଯାଇନଥିବା ଚାଷୀମାନେ ଅଭିଯୋଗ କହିଛନ୍ତି । ପରେପରେ ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ବାଇଟ -୧- ପ୍ରଦୋଶ ମିଶ୍ର, ଆବାହକ, ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ସମିତି

ବାଇଟ -୨- ହୃଦାନନ୍ଦ ବେହେରା, ଜମି ଅଧିଗ୍ରହଣ କାର୍ଯ୍ୟାଳୟ

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.