ETV Bharat / state

ଆଇଆଇଏମରେ ସମ୍ବଲପୁରୀ ଝଲକ୍‌ - ସମ୍ବଲପୁରୀ ଝଲକ୍‌

ପ୍ରତିଷ୍ଠା ହେବାର ଅତି କମ ସମୟ ମଧ୍ୟରେ ସମ୍ବଲପୁର ଆଇଆଇଏମ ଜାତୀୟ ସ୍ତରରେ ଭଲ ନାଁ କରିଛି । ତେବେ ଶିକ୍ଷା ସହ ସ୍ଥାନୀୟ ହସ୍ତଶିଳ୍ପ ଓ ସଂସ୍କୃତିର ପ୍ରଚାର ପ୍ରସାର କିପରି ହୋଇପାରିବ, ସେ ନେଇ ମଧ୍ୟ ଚେଷ୍ଟିତ । ସେଥିପାଇଁ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ଆଇଆଇଏମ ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 5, 2019, 10:00 AM IST

ସମ୍ବଲପୁର: ସମ୍ବଲପୁର ଆଇଆଇଏମର ପ୍ରତ୍ୟେକ ସ୍ଥାନରେ ପ୍ରତିଫଳିତ ହେଉଛି ସମ୍ବଲପୁରୀ ସଂସ୍କୃତିର ଝଲକ । କ୍ଲାସ ରୁମ, କମନ୍ ରୁମ,ବୋର୍ଡ ରୁମ ହେଉ କି ଅଫିସ ରୁମ ହେଉ ସବୁଠି ଦେଖିବାକୁ ମିଳୁଛି ସମ୍ବଲପୁରୀ ବାନ୍ଧକଳାର ଛାପ । କୋଠରୀ କାନ୍ଥରେ ଲଗାଯାଇଛି ଭିନ୍ନ ଭିନ୍ନ ଡିଜାଇନ ସମ୍ବଲପୁରୀ କପଡାର ୱାଲ ହ୍ୟାଙ୍ଗିଙ୍ଗସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏପରିକି ଆଇଆଇଏମର ସମାବର୍ତ୍ତନ ଉତ୍ସବରେ ମଧ୍ୟ ସମ୍ବଲପୁରୀ ସଂସ୍କୃତିର ଝଲକ୍‌ ଦେଖିବାକୁ ମିଳିଛି । ସମାବର୍ତ୍ତନ ଉତ୍ସବରେ ଆସିଥିବା ଅତିଥିଙ୍କ ପାଇଁ ବିଭିନ୍ନ ଡିଜାଇନର ସମ୍ବଲପୁରୀ ଶାଢ଼ୀ ଅଣାଯାଇଥିଲା। ଏନେଇ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିବା ନେଇ କହିଛନ୍ତି ।

ଆଇଆଇଏମର ନିର୍ଦ୍ଦେଶକ ମହାପ୍ରସାଦ ଜେଏସୁଆଲଙ୍କ ଉଦ୍ୟମରେ ଏସବୁ ସମ୍ଭବ ହୋଇପାରିଥିଲା । ସେ କହିଛନ୍ତି, ଭାରତୀୟ ମ୍ୟାନେଜମେଣ୍ଟ ବ୍ୟବସ୍ଥାରେ ସ୍ଥାନୀୟ ସଂସ୍କୃତିକୁ ପ୍ରାଥମିକତା ଦିଆଯାଇଛି । ଦେଶବିଦେଶରୁ ସମ୍ବଲପୁର ଆଇଆଇଏମକୁ ଯିଏ ବି ଆସିବ, ସେ ଏଠିକାର ବାନ୍ଧକଳା ଓ ସଂସ୍କୃତିକୁ ଜାଣିବାର ସୁଯୋଗ ପାଇବ ବୋଲି ସେ କହିଛନ୍ତି । ଯାହା ପ୍ରତ୍ୟକ୍ଷ ବା ପରୋକ୍ଷରେ ସମ୍ବଲପୁରୀ କଳା ସଂସ୍କୃତିକୁ ପ୍ରଚାର ହେବା ସହ ସମ୍ବଲପୁରୀ ବସ୍ତ୍ରର ଚାହିଦା ବଜାରରେ ବଢିବ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.