ETV Bharat / state

ଯୁବପିଢିଙ୍କ ମନମୋହୁଛି ସମ୍ବଲପୁରୀ ଫେବ୍ରିକ ଅଳଙ୍କାର, ସୁହାଇଲା ପରି ଦାମ - ବଜାରକୁ ଆସିଲା ସମ୍ବଲପୁରୀ ଫେବ୍ରିକ ଅଳଙ୍କାର

ଆଉ କିଛି ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ । ଏହାରି ଭିତରେ ବଜାରକୁ ଆସିଛି ସମ୍ବଲପୁରୀ ଫେବ୍ରିକ ଅଳଙ୍କାର । ସମ୍ବଲପୁରୀ ପୋଷାକ ପରେ ଯୁବପିଢିଙ୍କ ମନ ମୋହିଛି ସମ୍ବଲପୁରୀ କପଡାରୁ ପ୍ରସ୍ତୁତ ଏହି ଅଳଙ୍କାର । ଅଧିକ ପଢନ୍ତୁ

sambalpuri fabric jewellery
ଯୁବପିଢିଙ୍କ ମନମୋହୁଛି ସମ୍ବଲପୁରୀ ଫେବ୍ରିକ ଅଳଙ୍କାର
author img

By ETV Bharat Odisha Team

Published : Sep 17, 2023, 2:05 PM IST

ଯୁବପିଢିଙ୍କ ମନମୋହୁଛି ସମ୍ବଲପୁରୀ ଫେବ୍ରିକ ଅଳଙ୍କାର

ସମ୍ବଲପୁର: ପୋଷାକ ଓ ପର୍ବପର୍ବାଣୀ ପାଇଁ ନାଁ କରିଛି ସମ୍ବଲପୁର ଜିଲ୍ଲା । ବିଶେଷ କରି ପୋଷାକ ଓ ପର୍ବପର୍ବାଣୀ ପାଇଁ ପଶ୍ଚିମ ଓଡିଶାର ଖ୍ୟାତି ରହିଛି । ହସ୍ତତନ୍ତ ଓ ବସ୍ତ୍ର ଆଜି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ପାଇ ସାରିଛି । ଏହାକୁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ । ସମ୍ବଲପୁରୀ ନୃତ୍ୟ, ଗୀତ, କଳା ସଂସ୍କୃତି ପାଇଁ ଏହା ପଶ୍ଚିମ ଓଡିଶା ତଥା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି । ଏବେ ଆଉ ପାଦେ ଆଗକୁ ବଢିଛି ଜିଲ୍ଲା । ସମ୍ବଲପୁରୀ ଫେବ୍ରିକରୁ ତିଆରି ଅଳଙ୍କାର (କପଡାରୁ ତିଆରି ଗହଣା) ସମ୍ବଲପୁରୀ ବସ୍ତ୍ରର ପ୍ରଚାର ଓ ପ୍ରସାରରେ ଗୁରୁତ୍ୱପୂର୍ଣ ଭୂମିକା ତୁଲାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ବସ୍ତ୍ରରୁ ତିଆରି ହୋଇଥିବା ବିଭିନ୍ନ ଅଳଙ୍କାର ସମ୍ବଲପୁରୀ ବଜାରରେ ଲଞ୍ଚ ହୋଇଛି । ଯାହାର ଦର ସୁହାଇଲା ପରି ରହିଛି । ଜିଲ୍ଲାସ୍ଥିତ ସମ୍ବଲଶ୍ରୀ ଫ୍ୟାସନ ଏହି ଅଳଙ୍କାର ତିଆରି କରିଛି ।

ରଙ୍ଗ, ପ୍ରିଣ୍ଟ ଓ କପଡା କ୍ବାଲିଟି ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ ସମ୍ବଲପୁରୀ ବସ୍ତ୍ର । ଏବେ ଏହି କପଡାକୁ ତିଆରି ହୋଇଛି ଜୁଏଲାରୀ ଯାହାକୁ ସମ୍ବଲପୁରୀ ଫେବ୍ରିକ ଅଳଙ୍କାର ବୋଲି କୁହାଯାଉଛି । ସମ୍ବଲପୁରୀ କପଡାରୁ କାନଫୁଲ, ନେକଲେସ, ବ୍ରେସଲେଟ ଓ ହେୟାର କ୍ଲିପ ତିଆତି କରି ଚର୍ଚ୍ଚାରେ ସମ୍ବଲଶ୍ରୀ ଫ୍ୟାସନ ଅନୁଷ୍ଠାନ । ଏହି ଅଳଙ୍କାର ଗୁଡିକରେ ମାଳି କାମ ବେଶ ମନୋଲୋଭା ହୋଇଛି । ଦାମ ବି ସୁହାଇଲା ପରି ରହିଛି । ଗୋଟିଏ ଗୋଟିଏ ସେଟ 300ରୁ 600 ଟଙ୍କା ରହିଛି । ମନ ପସନ୍ଦରେ ଡ୍ରେସ ସାଙ୍ଗକୁ ମ୍ୟାଟିଂ ଜୁଏଲାରୀ ପିନ୍ଧିବାକୁ ମନ ବଳାଇଛନ୍ତି ଯୁବପିଢି । ଏହି ଫେବ୍ରିକ ଅଳଙ୍କାର ମହିଳାଙ୍କ ସୁନ୍ଦରତାକୁ ବଢାଇଛି । ସବୁ ବର୍ଗର ଲୋକଙ୍କ ବଜେଟ ଅନୁକୂଳ ବୋଇ କହିଛନ୍ତି ସମ୍ବଲଶ୍ରୀ ଫ୍ୟାସନ ମୁଖ୍ୟ । ଏହି ଗହଣା ଅନେକଙ୍କୁ ପାଇଁ ରୋଜଗାରର ପନ୍ଥା ହୋଇଛି ।

ସମ୍ବଲପୁରର "ସମ୍ବଲଶ୍ରୀ"ଫେସନ ଅନୁଷ୍ଠାନ ପକ୍ଷରୁ ଏହି ଅଳଙ୍କାର ତିଆରି କରିବା ଆରମ୍ଭ ହୋଇଛି । ଏହି ଅଳଙ୍କାରର ଲଞ୍ଚିଂ କାର୍ଯ୍ୟକ୍ରମରେ ସମ୍ବଲପୁରୀର ସ୍ଥାନୀୟ ମଡେଲମାନେ ନିଜେ ଏହି ଅଳଙ୍କାର ପିନ୍ଧି ରେମ୍ପରେ ଚାଲିଥିବା ଦେଖିବାକୁ ମିଳିଛି l ସମ୍ବଲପୁରୀ ଡ୍ରେସରେ ଏହି ସମ୍ବଲପୁରୀ ଅଳଙ୍କାର ବେଶ ଆକର୍ଷଣୀୟ ଦେଖାଯାଉଛି l ଏହାର ଦାମ କମ ହୋଇଥିବା ବେଳେ ଏହା ପିନ୍ଧିବାକୁ ମଧ୍ୟ ବେଶ ଆରାମଦାୟକ ବୋଲି ମଡେଲମାନେ ମତ ରଖିଛନ୍ତି l

ଏହା ବି ପଢନ୍ତୁ...ନୂଆଁଖାଇ ପାଇଁ ପ୍ରସ୍ତୁତି ଜୋରଦାର, ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆଁ ଧାନ

ମୁଖ୍ୟତଃ ସମ୍ବଲପୁରୀ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ଏହି ସମ୍ବଲପୁରୀ ଫେବ୍ରିକ ଅଲଙ୍କାର ଆଗକୁ ବହୁତ ବଡ଼ ଭୂମିକା ନିଭେଇବ ବୋଲି ଆଶା କରାଯାଉଛି l ସ୍ଥାନୀୟ ସଂସ୍କୃତି ପ୍ରେମୀମାନେ ସମ୍ବଲଶ୍ରୀ ଅନୁଷ୍ଠାନର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି l ଆଗକୁ ବିଭିନ୍ନ ଡିଜାଇନର ଫେବ୍ରିକ ଜୁଏଲାରୀ ତିଆରି କରିବାକୁ ଲକ୍ଷ୍ୟ ରଖିଛି ଅନୁଷ୍ଠାନ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.