ETV Bharat / state

ଆତ୍ମାହୁତି ଉଦ୍ୟମ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ମୃତ

ଆତ୍ମାହୁତି ଉଦ୍ୟମ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର କର୍ମଚାରୀ ମୃତ୍ୟୁ । ନିଜର ଚାକିରୀର ସ୍ଥାୟୀତ୍ବ ପାଇଁ ଗତକାଲି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଧିକ ପଢନ୍ତୁ...

sambalpur university suicide attempt employee died
ଆତ୍ମାହୁତି ଉଦ୍ୟମ କରିଥିବା କର୍ମଚାରୀଙ୍କ ମୃତ୍ୟୁ
author img

By

Published : Apr 21, 2021, 9:22 AM IST

Updated : Apr 21, 2021, 9:36 AM IST

ସମ୍ବଲପୁର: ଆତ୍ମାହୁତି ଉଦ୍ୟମ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର କର୍ମଚାରୀ ମୃତ୍ୟୁ । ଗତ ରାତ୍ରୀରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଅନୁଗୋଳ ନିକଟରେ ତାଙ୍କର ମୃତ୍ୟୁ ହୋଇଛି।

ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ପ୍ରଶାସନିକ ବିଭାଗରେ ଦୀନବନ୍ଧୁ ମିଶ୍ର ଅସ୍ଥାୟୀ କମ୍ପ୍ୟୁଟର ଟେକନିକାଲ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ସେ ଆତ୍ମହୁତି କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାର ରେ ଭର୍ତ୍ତି କରାଯାଇଥିଲା। ତେବେ ରାତ୍ରୀରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ନିଆଯାଉଥିଲା। ନିଜର ଚାକିରୀ ର ସ୍ଥାୟୀତ୍ବ ପାଇଁ ଦୀର୍ଘ ବର୍ଷ ହେଲା ସେ ସଂଘର୍ଷ କରି ଆସୁଥିଲେ। ଏଥିପାଇଁ ସେ କୋର୍ଟର ଆଶ୍ରୟ ମଧ୍ୟ ନେଇଥିଲେ।

ଆତ୍ମାହୁତି ଉଦ୍ୟମ କରିଥିବା କର୍ମଚାରୀଙ୍କ ମୃତ୍ୟୁ

ତେବେ ତାଙ୍କର ଚାକିରୀ ସ୍ଥାୟୀ ନହେବାରୁ ମାନସିକ ଚାପରେ ରାହୁଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଏମିତି ଚରମ ପଦକ୍ଷେପ ନେଇଥିବା ପରିବାର ପକ୍ଷରୁ କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

Last Updated : Apr 21, 2021, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.