ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣା । ଆଜି ତାଙ୍କର ମୃତଦେହ ପହଞ୍ଚିଲା ପରେ ବିଶ୍ବବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ମୃତଦେହକୁ ବିଶ୍ବବିଦ୍ୟାଳୟ ପ୍ରଶାସନିକ ବିଭାଗର ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି।
ମୃତ ଦୀନବନ୍ଧୁଙ୍କ ପରିବାର ଲୋକଙ୍କୁ 15 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦାବି କରିଛନ୍ତି । ମୃତକଙ୍କ ପୁଅକୁ ଚାକିରୀ ସହ ଦୀନବନ୍ଧୁଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅସନ୍ତୁଷ୍ଟ କର୍ମଚାରୀ ସଂଘର ସଦସ୍ୟ ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ