ETV Bharat / state

ବିଶ୍ବବିଦ୍ୟାଳୟ କର୍ମଚାରୀ ଆତ୍ମଦାହ ଘଟଣା; ମାସେ ବିତିଲା, କାର୍ଯାନୁଷ୍ଠାନ ଶୂନ

ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଆତ୍ମଦାହ ଘଟଣାକୁ ମାସେ ବିତିଗଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅଧିକ ପଢନ୍ତୁ...

ବିଶ୍ବବିଦ୍ୟାଳୟ କର୍ମଚାରୀ ଆତ୍ମଦାହ ଘଟଣା, ମାସେ ବିତିଗଲେ ସୁଦ୍ଧା କାର୍ଯାନୁଷ୍ଠାନ ଶୂନ

author img

By

Published : May 21, 2021, 1:35 PM IST

ସମ୍ବଲପୁର: ସମ୍ବଲପୁର ବିଶ୍ବ ବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ସ୍ବର୍ଗତ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାକୁ ମାସେ ପୂରିଛି । କିନ୍ତୁ ଏବେ ବି ପ୍ରଶାସନ ନେଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଜିଲ୍ଲାର ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତାଙ୍କ ଦ୍ବାରା ଭର୍ଚ୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛନ୍ତି ।

ବିଶ୍ବବିଦ୍ୟାଳୟ କର୍ମଚାରୀ ଆତ୍ମଦାହ ଘଟଣା, ମାସେ ବିତିଗଲେ ସୁଦ୍ଧା କାର୍ଯାନୁଷ୍ଠାନ ଶୂନ

ସ୍ବର୍ଗତ କର୍ମଚାରୀ ଦୀନବନ୍ଧୁଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ ପୋଲିସ କୌଣସି କାର୍ଯାନୁଷ୍ଠାନ କରି ନାହିଁ ବୋଲି ଅଭିଯୋଗ ହୋଇଛି । ଆତ୍ମଦାହ ସମୟରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ ଏବଂ ଜମାନବନ୍ଦୀ ସମୟରେ ଉପସ୍ଥିତ ଥିବା ଡାକ୍ତର, ନର୍ସ, ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ବୟାନ ଏପର୍ଯ୍ୟନ୍ତ ପୋଲିସ ନେଇନାହିଁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପୋଲିସର ଏଭଳି କୌଣସି କାର୍ଯାନୁଷ୍ଠାନ ନନେବା ହତାଶଜନକ ବୋଲି କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ମୃତ୍ୟୁକାଳୀନ ଜମାନବନ୍ଦୀ ଜଣେ ଅଭିଯୁକ୍ତକୁ ଗିରଫ କରି ଚାର୍ଜ ସିଟ କରିବା ପାଇଁ ପର୍ଯ୍ୟାପ୍ତ ଅଟେ । ତେଣୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଗଠନ ତରଫରୁ କୁଳପତିଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ କରାଯାଇ ତାଙ୍କୁ ତୁରନ୍ତ କୁଳପତି ପଦରୁ ଅପସାରଣ କରିବାର ଦାବି ହେବା ସତ୍ତ୍ବେ, କୁଳପତି ତାଙ୍କ ପଦବୀରେ ରହି କେଵଳ କର୍ମଚାରୀମାନଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏହା ସହ କୁଳପତି ପୋଲିସ କାର୍ଯାନୁଷ୍ଠାନକୁ ବାଟବଣା କରିବାରେ ନିଜର ସମସ୍ତ ଶକ୍ତିର ଅପଚୟ କରୁଛନ୍ତି ବୋଲି କହିଛନ୍ତି ପୂର୍ବତନ ସାଂସଦ ଭବାନୀ ହୋତା ।

ରାଜ୍ୟପାଳ ଦୁଇ ଦୁଇ ଥର କୁଳପତିଙ୍କୁ ଘଟଣାବଳୀ ସମ୍ପର୍କରେ ରିପୋର୍ଟ ମାଗିବା ପରେ ମଧ୍ୟ ସେଥିରେ ସନ୍ତୁଷ୍ଟ ନଥିଲେ । ଏହାପରେ ସେ ରାଜ୍ୟ ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗକୁ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସତ୍ତ୍ବେ ଉଚ୍ଚଶିକ୍ଷା ବିଭାଗ ତଦନ୍ତକାରୀ କମିଶନ ଗଠନ ନ କରି ପୁନର୍ବାର କୁଳାଧିପତି ରାଜ୍ୟପାଳଙ୍କୁ ତଦନ୍ତ କମିଶନ ଗଠନ କରିବାକୁ କହିଛନ୍ତି ବୋଲି ଶୁଣା ଯାଉଛି । ଏହା ଦୁର୍ଭାଗ୍ୟଜନକ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.