ETV Bharat / state

‘ସମ୍ବଲପୁରକୁ ସ୍ମାର୍ଟସିଟିରେ ପରିଣତ କରିବା ପ୍ରଥମ ଲକ୍ଷ୍ୟ’

ନିର୍ବାଚନ ଋତୁରେ ବିଭିନ୍ନ ନେତାଙ୍କର ରହିଛି ଭିନ୍ନ ଭିନ୍ନ ପ୍ରତିଶୃତି । କ୍ଷମତାକୁ ଆସିଲେ ଅଞ୍ଚଳର ବିକାଶ ସହ ସାଧାରଣ ଜନତାଙ୍କର ସମସ୍ତ ସୁବିଧା କରାଇବା ପାଇଁ ପ୍ରାର୍ଥୀମାନେ ପ୍ରତିଶୃତି ମଧ୍ୟ ଦେଉଛନ୍ତି । ତେବେ ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଚାଲନ୍ତୁ ଶୁଣିବା କ’ଣ ରହିଛି ରାସେଶ୍ବରୀ ପାଣିଗ୍ରାହୀଙ୍କ ନିର୍ବାଚନୀ ମୁଦ୍ଦା ।

author img

By

Published : Apr 9, 2019, 10:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ନିର୍ବାଚନ ଋତୁରେ ବିଭିନ୍ନ ନେତାଙ୍କର ରହିଛି ଭିନ୍ନ ଭିନ୍ନ ପ୍ରତିଶୃତି । କ୍ଷମତାକୁ ଆସିଲେ ଅଞ୍ଚଳର ବିକାଶ ସହ ସାଧାରଣ ଜନତାଙ୍କର ସମସ୍ତ ସୁବିଧା କରାଇବା ପାଇଁ ପ୍ରାର୍ଥୀମାନେ ପ୍ରତିଶୃତି ମଧ୍ୟ ଦେଉଛନ୍ତି । କିପରି ଚାଲିଛି ନିର୍ବାଚନୀ ପ୍ରଚାର ଓ କ’ଣ ରହିବ ଜନସାଧାରଣଙ୍କ ପାଇଁ ପ୍ରତିଶୃତି। ସେ ନେଇ ଆମେ ଭେଟିଥିଲୁ ବିଜେଡିର ବିଧାୟିକା ପ୍ରାର୍ଥୀ ଡ଼ଃ ରାସେଶ୍ବରୀ ପାଣିଗ୍ରାହୀଙ୍କୁ । ତେବେ ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଚାଲନ୍ତୁ ଶୁଣିବା କ’ଣ ରହିଛି ତାଙ୍କର ନିର୍ବାଚନୀ ମୁଦ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ବିଧାନସଭା କ୍ଷେତ୍ରର ବିକାଶ ରହିଛି ରାସେଶ୍ବରୀଙ୍କର ମୂଳ ଲକ୍ଷ୍ୟ । କେବଳ ସେତିକି ନୁହେଁ, ସମ୍ବଲପୁରକୁ ସ୍ମାର୍ଟ ସିଟିରେ ପରିଣତ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ଏଥିସହ ଆଗାମୀ ଦିନରେ ସହରର ଉନ୍ନତିକରଣ କରିବାକୁ ଯାଇ ଏକ ଆଇଟି ହବ୍‌ ଖୋଲିବା ପାଇଁ ରାସେଶ୍ବରୀ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି ।

ସେ ବିଜୟୀ ହେଲେ ବିଗତ 5 ବର୍ଷରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ପରି ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ଓ ଲୋକଙ୍କ ମୌଳିକ ସମସ୍ୟା ସହ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନ ଆଜିକାଲି ଅନେକ ପ୍ରୋଜେକ୍ଟରେ ବ୍ୟସ୍ତ। ୱେବ ସିରିଜ 'ସାକ୍ରେଡ ଗେମ୍ସ'ର ସଫଳତା ପରେ ଏବେ ସେ ଏହି ୱେବ ସିରିଜର ପାର୍ଟ 2ଠାରୁ ନେଇ ତାନାଜୀ- ଦି ଅନସଙ୍ଗ ୱାରିୟର ଭଳି ଅନେକ ବିଗ ବଜେଟ କାମରେ ସୈଫ କରୁଛନ୍ତି କଠିନ ପରିଶ୍ରମ। ଆଉ ସେଥିପାଇଁ ସୈଫ ନଜର ଆସିଛନ୍ତି ନୂଆ ନଜରରେ।

ସୁତ୍ରାନୁଯାୟୀ, ସୈଫ ଏବେ ତାନାଜୀର କ୍ଲାଇମାକ୍ସ ସୁଟରେ ବ୍ୟସ୍ତ। ଫିଲ୍ମରେ ସେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ସୁଟିଂ ପାଇଁ ସୈଫଙ୍କୁ ଯେଉଁ କଷ୍ଟ୍ୟୁମ ଦିଆଯାଇଛି, ତାହା ବହୁତ ଓଜନଦାର। କିନ୍ତୁ ସୈଫ ବିନା କୌଣସି ଦ୍ବିଧାରେ ଏହାକୁ ପିନ୍ଧି ନିଜ କାମ କରିଚାଲିଛନ୍ତି। ଏହି ସିନ ପାଇଁ ସୈଫଙ୍କୁ କଡା ଟ୍ରେନିଂ ଦିଆଯାଇଥିବାବେଳେ ମେକର୍ସ ମଧ୍ୟ ତାଙ୍କୁ ଆଘାତ ନଲାଗିବାକୁ ସମସ୍ତ ପ୍ରକାର ସୁବିଧା କରିଛନ୍ତି।

ସୈଫଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବାକୁ ଗଲେ, ପତ୍ନୀ ବେବୋ ଏବେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ଗୁଡ ନ୍ୟୁଜ'ର ସୁଟିଂରେ ବ୍ୟସ୍ତ ଥିବାବେଳେ ଝିଅ ସାରା ମଧ୍ୟ ବଲିଉଡରେ ଡେବ୍ୟୁ କରି ଏବେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଫିଲ୍ମ 'ଲଭ ଆଜ କଲ 2'ର ସୁଟିଂରେ ବ୍ୟସ୍ତ। ପ୍ରକାଶ ଥାଉକି, ଫିଲ୍ମ ଲଭ ଆଜ କଲ ପିତା ସୈଫ ଓ ଦୀପିକା ପାଦୁକୋନଙ୍କ ଦ୍ବାରା ଅଭିନୀତ। ଅନ୍ୟପକ୍ଷରେ ସୈଫଙ୍କ  ପୁଅ ଇବ୍ରାହିମ ଏବେ ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତି କରୁଥିବାବେଳେ ଛୋଟେ ନୱାବ ତୈମୁର ଅଲ୍ଲୀ ଖାନ ଘୋଡା ସବାରୀରେ ବ୍ୟସ୍ତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.