ETV Bharat / state

ଛକ ଉପରେ ହେଲମେଟ ଭାଙ୍ଗିଲେ ଏସପି, ଲୋକଙ୍କୁ କଲେ ସଚେତନ - sambalpur sp

ଛକ ଉପରେ ହାତୁଡିରେ ହେଲମେଟ ଭାଙ୍ଗିଲେ ସମ୍ବଲପୁର ଏସପି । ସହରର ବ୍ୟସ୍ତବହୁଳ ସ୍ଥାନ ଲକ୍ଷ୍ମୀ ଟକିଜ ଛକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଅଧିକ ପଢନ୍ତୁ...

ଛକ ଉପରେ ହେଲମେଟ ଭାଙ୍ଗିଲେ ଏସପି, ଲୋକଙ୍କୁ କଲେ ସଚେତନ

author img

By

Published : Jul 27, 2021, 9:42 PM IST

ସମ୍ବଲପୁର: ଛକ ଉପରେ ହାତୁଡିରେ ହେଲମେଟ ଭାଙ୍ଗିଲେ ଏସପି । ସମ୍ବଲପୁର ସହରର ବ୍ୟସ୍ତବହୁଳ ସ୍ଥାନ ଲକ୍ଷ୍ମୀ ଟକିଜ ଛକରେ ଆଜି(ମଙ୍ଗଳବାର) ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଖୋଦ ନିଜେ ହେଲମେଟକୁ ହାତୁଡିରେ ପିଟି ପିଟି ଭାଙ୍ଗିଛନ୍ତି । ଏସପିଙ୍କ ଏଭଳି କାର୍ଯ୍ୟ ପଛରେ ଏକ ମହତ୍ ଉଦ୍ଦେଶ୍ୟ ରହିଛି । ସେ ନକଲି ହେଲମେଟକୁ ଭାଙ୍ଗି ଲୋକଙ୍କୁ ଉତ୍ତମ ମାନର ହେଲମେଟ ପିନ୍ଧିବାକୁ ସଚେତନ କରିଛନ୍ତି । ଯାହାଦ୍ବାରା ଦୁର୍ଘଟଣାର ସମ୍ମୁଖୀନ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇପାରିବ ।

ଛକ ଉପରେ ହେଲମେଟ ଭାଙ୍ଗିଲେ ଏସପି, ଲୋକଙ୍କୁ କଲେ ସଚେତନ

ସମ୍ବଲପୁର ଜିଲ୍ଲାରେ ନକଲି ହେଲମେଟ ବ୍ୟବହାରରୁ ନିବୃତ୍ତ ରହିବାକୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଆଜି ଏସପି ସାମିଲ ହୋଇ ଲୋକଙ୍କ ମଧ୍ୟରେ ISI ମାର୍କ ଥିବା ହେଲମେଟ ବ୍ୟବହାର କରି କିଭଳି ସୁରକ୍ଷିତ ରହିପାରିବେ ସେନେଇ ସଚେତନତା ସୃଷ୍ଟି କରିଛନ୍ତି । ଫୋରମ ଫର ପ୍ରିଭେନସନ ଅଫ ରୋଡ ଆକ୍ସିଡେଣ୍ଡ, ଏନଏସଏସ ପକ୍ଷରୁ ସମ୍ବଲପୁର ଠାରେ ଏହି ସଚେତନତା ଅଭିଯାନ ଆରମ୍ଭ କରାଯାଇଥିଲା । ସଚେତନତା ପୂର୍ବକ ISI ମାର୍କ ହେଲମେଟ ଓ ବିନା ISI ହେଲମେଟ ଉଭୟକୁ ହାତୁଡିରେ ପ୍ରହାର କରିଥିଲେ ଏସପି । ହାତୁଡି ପ୍ରହାରରେ ବିନା ISI ହେଲମେଟ ଭାଙ୍ଗିଯାଇଥିଲା ।
ତେଣୁ ଲୋକେ ନିରାପଦ ଯାତ୍ରା ପାଇଁ ISI ହେଲମେଟ ବ୍ୟବହାର କରିବା ଉଚିତ୍ ଏସପି ସଚେତନ କରିଥିଲେ ।

ତେବେ ଆଗକୁ ମଧ୍ୟ ସମଗ୍ର ଜିଲ୍ଲାରେ ଏଭଳି ସଚେତନତା ସୄଷ୍ଟି ପାଇଁ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.