ETV Bharat / state

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ସମ୍ପନ୍ନ - କୋଭିଡ କଟକଣା

କୋଭିଡ କଟକଣା ଭିତରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ଗତରାତ୍ରିରେ(ରବିବାର) ସମ୍ପନ୍ନ ହୋଇଛି । ତେବେ କୋଭିଡ କଟକଣା ଯୋଗୁ ଏଥର ପତରପେଣ୍ଡି ନୀତି କନ୍ୟା ପିତା ମାତା ଘରେ ନହୋଇ ଆରଣ୍ୟକ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଅଧିକ ପଢନ୍ତୁ...

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ସମ୍ପନ୍ନ

author img

By

Published : Jun 14, 2021, 10:34 AM IST

ସମ୍ବଲପୁର: କୋଭିଡ କଟକଣା ଭିତରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ଗତରାତ୍ରିରେ(ରବିବାର) ସମ୍ପନ୍ନ ହୋଇଛି । ସମ୍ବଲପୁରର ଝାଡୁଆପଡା, ମୁଦିପଡା, ଠାକୁରପଡା, ଶଙ୍କର ମଠ, ଦୁର୍ଗାପଲି ଗୁଡ଼େଶ୍ୱର ବାବା, ବଡ଼ବଜାର ଶିତଳେଶ୍ୱର ବାବା ଆଦି ଯାତ୍ରା କମିଟିର ପତରପେଣ୍ଡି କୋଭିଡ କଟକଣା ଭିତରେ ସମ୍ପନ୍ନ ହୋଇଛି। ତେବେ କୋଭିଡ କଟକଣା ଯୋଗୁ ଏଥର ପତରପେଣ୍ଡି ନୀତି କନ୍ୟା ପିତା ମାତା ଘରେ ନହୋଇ ଆରଣ୍ୟକ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା।

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ସମ୍ପନ୍ନ

ବରପିତା ଓ ସପ୍ତରୁଷି କନ୍ୟା ପକ୍ଷକୁ ଗୋଟିଏ ବିଡା ସରଗି ପତ୍ର ଦେଇ ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ କରିଥିଲେ। ଅନୁରୂପ ଭାବେ ସମ୍ବଲପୁର ମୁଦିପଡାର ଜାଗେଶ୍ୱର ବାବାଙ୍କ ପତରପେଣ୍ଡି ମଧ୍ୟ ଗତରାତ୍ରୀରେ ସମ୍ପନ୍ନ ହୋଇଛି। ମୁଦିପଡା ଯାତ୍ରା କମିଟିର ବରପିତା ସପ୍ତରୁଷିଙ୍କ ସହ କନ୍ୟା ପିତା ମାତା ହୋଇଥିବା ଗୁରୁପଡ଼ା ନିବାସୀ ସୁମନ୍ତ ସ୍ୱାଇଁ ଓ ବନ୍ଦିତା ସ୍ୱାଇଁଙ୍କ ବାସଭବନକୁ ଆସି ଜାଗେଶ୍ୱର ବାବା ଓ ମାତା ପାର୍ବତୀଙ୍କ ପତରପେଣ୍ଡି ସମ୍ପନ୍ନ କରିଛନ୍ତି।

ଆସନ୍ତା 15 ତାରିଖ ବିଳମ୍ବିତ ରାତ୍ରୀରେ ସମସ୍ତ ଯାତ୍ରା କମିଟିର ହେବ ଦେବ ବିବାହ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.