ETV Bharat / state

ଭାଇମାନଙ୍କ ଦୀର୍ଘାୟୁ କାମନା କରି ପଶ୍ଚିମ ଓଡିଶାବାସୀ ପାଳିଲେ ‘ଭାଇ ଜିଉଁତିଆ’

author img

By

Published : Oct 6, 2019, 9:35 AM IST

ଶନିବାର ପୀଠରେ ଅଷ୍ଟମୀ ତିଥିରେ ପାଳନ ହୋଇଥିବାବେଳେ ପଶ୍ଚିମ ଓଡିଶାରେ ଭାଇ ଜିଉଁତିଆ ପର୍ବ ପାଳିତ ହୋଇଛି । ଭାଇର ଦୀର୍ଘାୟୁ ଓ ଶୁଭ ମନାସୀ ଭାଇ ଜିଉଁତିଆ ବ୍ରତ ପାଳିଛନ୍ତି ଭଉଣୀମାନେ ।

ଫଟୋ ସୌଜନ୍ୟ :ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହୋଇଛି ଭାଇ ଜିଉଁତିଆ ପର୍ବ । ପଶ୍ଚିମ ଓଡିଶାରେ ମୁଖ୍ୟତଃ ଦଶହରା ସମୟରେ ଭଉଣୀମାନେ ନିଜ ଭାଇ ଘରକୁ ଆସିଥାନ୍ତି । ଅଷ୍ଟମୀ ତିଥିରେ ଭାଇର ଦୀର୍ଘ ଆୟୁଷ ଓ ଶୁଭ ମନାସୀ ଜଗତଜନନୀ ମା ଦୁର୍ଗାଙ୍କ ନିକଟରେ ନିର୍ଜଳା ଉପବାସ କରନ୍ତି । ଏହି ଉପବାସ ବା ବ୍ରତ ଭାଇ ଜିଉଁତିଆ ବୋଲି କୁହାଯାଏ । ଏହି ଅବସରରେ ସମ୍ବଲପୁରରେ ଭାଇ ଜିଉଁତିଆ ଓଷା ବେଶ୍ ଶ୍ରଦ୍ଧା ଓ ଆନନ୍ଦ ସହ ପାଳନ କରିଛନ୍ତି ଭଉଣୀମାନେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା,ସମ୍ବଲପୁର

ଶନିବାର ସକାଳୁ ଅର୍ଥାତ ଦେବୀଙ୍କ ପୀଠରେ ଅଷ୍ଟମୀ ତିଥିରେ ଭଉଣୀମାନେ ଦିନ ସାରା ନିର୍ଜଳା ଉପବାସ ରଖି ସନ୍ଧ୍ୟାରେ ମା' ଦୁର୍ଗାଙ୍କ ନିକଟରେ 108 ଦୁବ, ଚାଉଳ ସହ ବିଭିନ୍ନ ପ୍ରକାର ଫୁଲ, ବେଲପତ୍ର ଏବଂ ଲଡୁ ଭୋଗ ପୂଜା କରିଥିଲେ । ଏହା ପରେ ମା'ଙ୍କ ପାଖରେ ଅଭିମନ୍ତ୍ରିତ ହୋଇଥିବା ସେହି 108 ଦୁବ ଓ ଅରୁଆ ଚାଉଳର ବିଡାକୁ ପରବର୍ତ୍ତୀ ଦିନ ସକାଳୁ ଉପବାସ ଭଙ୍ଗ ପରେ ନିଜ ଭାଇର ବାହୁରେ ବାନ୍ଧିବାର ପରମ୍ପରା ପାଳନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ଭାଇ ଯେଉଁନ୍ତିଆ ଓଷା ପାଳିତ ହୋଇଯାଇଛି। ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଦଶହରା ମାସରେ ନିଜ ଭାଇ ଘରକୁ ଆସି ଅଷ୍ଟମୀ ତିଥିରେ ଭାଇର ଦୀର୍ଘ ଆୟୁଷ ଓ ଶୁଭ ମାନସୀ ନିର୍ଜଲା ଉପବାସ କରି ଦୁର୍ଗା ଙ୍କ ପାଖରେ ପୂଜା କରନ୍ତି ।ଏହାକୁ ପଶ୍ଚିମ ଓଡ଼ିଶାରେ ଭାଇଯେଉଁନ୍ତିଆ ଉପବାସ ବା ବ୍ରତ ବୋଲି କୁହନ୍ତି।

Body:ସମ୍ବଲପୁର ରେ ଭାଇ ଯେଉଁନ୍ତିଆ ଓଷା ଶ୍ରଦ୍ଧାର ସହ ଭଉଣୀ ମାନେ ପାଳନ କରିଛନ୍ତି। ଶନିବାର ସକାଳୁ ଅର୍ଥାତ ଅଷ୍ଟମୀ ତିଥିରେ ଭଉଣୀ ମାନେ ଦିନ ସାରା ନିର୍ଜଲା ଉପବାସ ରଖି ସନ୍ଧ୍ୟାରେ ମା ଦୁର୍ଗାଙ୍କ ଠାରେ 108 ଦୁବ ଚାଉଳ ସହ ବିଭିନ୍ନ ପ୍ରକାର ପତ୍ର ଓ ପୁଷ୍ପ ତଥା ଖଇ ଲଡୁ ଚଢାଇ ପୂଜା କରିଥିଲେ।ଏହା ପରେ ମାଙ୍କ ପାଖରେ ଅଭିମନ୍ତ୍ରିତ ହୋଇଥିବା ଏହି 108 ଦୁବ ଓ ଅରୁଆ ଚାଉଳର ବିଡାକୁ ପରବର୍ତ୍ତୀ ଦିନ ସକାଳୁ ଉପବାସ ଭଙ୍ଗ କଲା ପରେ ନିଜ ଭାଇର ବାହୁରେ ବାନ୍ଧିବାର ପରମ୍ପରା ରହିଛି।

Conclusion:ମୁଖ୍ୟତଃ ନିଜ ଭାଇମାନଙ୍କ ଦୀର୍ଘ ଆୟୁଷ ଓ ଶୁଭକାମନା କରି ପଶ୍ଚିମ ଓଡ଼ିଶାର ଭଉଣୀ ମାନେ ଏହି ପର୍ଵ ପାଳନ କରି ଆସୁଛନ୍ତି।

ବାଇଟ-1-ରିତା ମିଶ୍ର,ବ୍ରତ ଧାରୀ।
ବାଇଟ-2-ଜୟନ୍ତୀ ପଣ୍ଡା,ବ୍ରତଧାରୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.