ETV Bharat / state

15 ହଜାର ଲାଞ୍ଚନେଇ ଭିଜିଲାନ୍ସ ହାତରେ ଅମିନ

author img

By

Published : Feb 24, 2020, 6:02 PM IST

Updated : Feb 24, 2020, 7:43 PM IST

ବିଲ୍ଡିଂ ପ୍ଲାନକୁ ମଞ୍ଜୁରୀ ଦେବା ପାଇଁ 15 ହଜାର ଲାଞ୍ଚ ନେଇ ଧରାପଡିଲେ ସମ୍ବଲପୁର ମହାନଗର ନିଗମ ପ୍ଲାନିଂ ବିଭାଗର ଅମିନ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା କହିଛି ଭିଜିଲାନ୍ସ ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ ...

Sambalpur municipal corporation  amin  caught red-handed
ଲାଞ୍ଚନେଇ ଧରାପଡିଲେ ସରକାରୀ ବାବୁ

ସମ୍ବଲପୁର: 15 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସମ୍ବଲପୁର ମହାନଗର ନିଗମ ପ୍ଲାନିଂ ସେକ୍ସନର ଅମିନ ପ୍ରସନ୍ନ କୁମାର ପରିଡା । ବିଲ୍ଡିଂ କାମର ମଞ୍ଜୁରୀ ପାଇଁ 15 ହଜାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛନ୍ତି ଭିଜଲାନ୍ସ ପୋଲିସ ।

ଲାଞ୍ଚନେଇ ଧରାପଡିଲେ ସରକାରୀ ବାବୁ

ଅଭିଯୋଗକାରିଣୀ ତୃପ୍ତିମୟୀଙ୍କ ବିଲ୍ଡିଂ ପ୍ଲାନ ଅନୁମତି ଦେବାକୁ ପ୍ଲାନିଂ ସେକ୍ସନର ଅମିନ ପ୍ରସନ୍ନ ପରିଡା ତାଙ୍କୁ 30 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ସେପଟେ ଦୁର୍ନୀତିର ଚେର ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ ହେଉଛି । ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିବା କହିଛି ଭିଜିଲାନ୍ସ ପୋଲିସ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ

Last Updated : Feb 24, 2020, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.