ସମ୍ବଲପୁର: ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ମନ୍ଦିର ପାଖ ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ତେବେ ଏହି ଯୋଜନାରେ ପାରଦର୍ଶିତା ନଥିବା ଅଭିଯୋଗ କରି ବିସ୍ଥାପିତ ହେବାକୁ ଥିବା ଲୋକମାନେ ଆଜି (ଶୁକ୍ରବାର) ପ୍ରତିବାଦ ସଭା କରିଛନ୍ତି । ଏହାସହ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ ।
ଗୁରୁବାର ବିଭିନ୍ନ ସଂଗଠନ ସହ ସ୍ଥାନୀୟ ଅଞ୍ଚଳର 300 ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ବିସ୍ଥାପନ ପକ୍ରିୟା ବନ୍ଦ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଆନ୍ଦୋଳନକାରୀ । ଯୋଜନା କେଉଁ ସ୍ଥାନ ସୌନ୍ଦର୍ଯ୍ୟକରଣ କରାଯିବା ତାହା ଦେଖାଇବାକୁ ଦାବି ହୋଇଛି । ଏହାସହ ମନ୍ଦିରରୁ ୩୦ ମିଟର ପରିସରରେ ସୌନ୍ଦର୍ଯ୍ୟକରଣ କରାଯିବାକୁ ଥିବା ବେଳେ ଦେଢ଼ କିଲୋମିଟର ଯାଏଁ କାହିଁ ଉଚ୍ଛେଦ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନ କାରୀ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ