ETV Bharat / state

Sambalpur Lawyers Agitation: ଗିରଫ ଓକିଲଙ୍କୁ ଥାର୍ଡଡିଗ୍ରୀ ଦେଉଛି ପୋଲିସ: ବିରୋଧୀ ଦଳନେତା

ହାଇକୋର୍ଟ ଆନ୍ଦୋଳନ ବେଳେ ଗିରଫ ଆଇନଜୀବୀଙ୍କୁ ପୋଲିସ ଦେଉଛି ଥାର୍ଡ ଡିଗ୍ରୀ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

author img

By

Published : Dec 17, 2022, 7:42 PM IST

Sambalpur lawyers agitation: ଗିରଫ ଓକିଲଙ୍କୁ ଥାର୍ଡ ଡିଗ୍ରୀ ଦେଉଛି ପୋଲିସ: ବିରୋଧୀ ଦଳନେତା

ଭୁବନେଶ୍ବର: ହାଇକୋର୍ଟ ଆନ୍ଦୋଳନ ବେଳେ ଗିରଫ ଆଇନଜୀବୀଙ୍କୁ ପୋଲିସ ଦେଉଛି ଥାର୍ଡ ଡିଗ୍ରୀ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ( LOP Jayanarayan Mishra) ।

ବିରୋଧୀ ଦଳ ନେତା କହିଛନ୍ତି, "ଗିରଫ ହୋଇଥିବା ଓକିଲଙ୍କୁ ଜେଲରେ ପୋଲିସ ଥାର୍ଡ ଡିଗ୍ରୀ ଦେଉଛି । ନିଜେ ସମ୍ବଲପୁର ଏସପି ବରିଷ୍ଠ ଓକିଲଙ୍କୁ ବାଡିରେ ପିଟିଛନ୍ତି । ଏନେଇ ତଦନ୍ତର ଆବଶ୍ୟକତା ରହିଛି । ସେଠାକୁ (ଜେଲକୁ) ତୁରନ୍ତ ମେଡିକାଲ ଟିମ ପଠାଇବାର ଆବଶ୍ୟକତା ରହିଛି ।" ତେବେ ଓକିଲଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଦାବି କରିଛନ୍ତି ଜୟ ।

ଏହାବି ପଢନ୍ତୁ- ସମ୍ବଲପୁରରେ କ୍ରାଇମବ୍ରାଞ୍ଚ, ତତ୍କାଳୀନ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗର ଖୋଜୁଛି ଖିଅ

ଏହାସହ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି । ଆହତ ଓକିଲଙ୍କୁ ଭେଟିବାକୁ ମଧ୍ୟ ଦିଆଯାଉ ନାହିଁ । ଏହା କି ପ୍ରକାର ଆଇନ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳନେତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.