ETV Bharat / state

ସମ୍ବଲପୁର SPଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ମାଗୁଥିଲେ ବଟି, ରାଜସ୍ଥାନରୁ ୪ ଗିରଫ

author img

By

Published : Feb 13, 2023, 3:47 PM IST

ସମ୍ବଲପୁର ଏସପିଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ବଟି ମାଗିବା ଅଭିଯୋଗ । ରାଜସ୍ଥାନରୁ ୪ ସାଇବର ଠକଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Sambalpur cyber police
Sambalpur cyber police

ସମ୍ବଲପୁର: ବିଜ୍ଞାନର ଅଗ୍ରଗତି ସହିତ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସାଇବର ଅପରାଧୀମାନେ ଠକେଇ ଲାଗି ବିଭିନ୍ନ ପ୍ରକାର ନୂଆନୂଆ ପନ୍ଥା ଆପଣାଉଛନ୍ତି । ଠିକ ସେହିପରି କିଛି ସାଇବର ଅପରାଧୀ ଟଙ୍କା ହଡ଼ପ କରିବା ଲାଗି ସମ୍ବଲପୁର ଏସ୍‌ପିଙ୍କ ନାଁରେ ଖୋଲିଛନ୍ତି ନକଲି ଫେସ୍‌ବୁକ୍‌ ଆକାଉଣ୍ଟ । ଏହି ଆକାଉଣ୍ଟ ଜରିଆରେ ଖୁଲମଖୁଲା ବଟି ମାଗୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଘଟଣାରେ ରାଜସ୍ଥାନରୁ ୪ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି ଜିଲ୍ଲା ସାଇବର ପୋଲିସ ।

ଅପରାଧୀଙ୍କୁ ପୋଲିସ ଗିରଫ କରିବା ସହ ୧୫ଟି ମୋବାଇଲ ଓ ୨୦ଟି ସିମକାର୍ଡ ଜବତ କରିଛି । ଗିରଫ ଯୁବକମାନେ ହେଲେ ରାଜସ୍ଥାନ ଅଲଓ୍ଵର ଜିଲ୍ଲାର କାକରାଲି ଗ୍ରାମର ଫାରୁକ ଖାନ, ଅଲିମ ଖାନ, ଜାବେଦ ଖାନ, ସୁରୁପ ଖାନ ଓ ଅନ୍ୟ ଜଣେ ନାବାଳକ । ଏହି ଗ୍ୟାଙ୍ଗ ନକଲି କାଗଜ ପତ୍ର କରି ବ୍ୟାଙ୍କ ଆକାଉଣ୍ଟ ସହ ସିମକାର୍ଡ ତିଆରି କରି ସାଇବର ଠକେଇ ଚଲାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ନାମରେ ଏହି ଅଭିଯୁକ୍ତମାନେ ଏକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଥିଲେ ।

ଏହା ବି ପଢନ୍ତୁ- Firing Case: ଆଠଗଡ଼ରେ ଫୁଟିଲା ଗୁଳି, ୩ ଗୁରୁତର ଆହତ SCBରେ ଭର୍ତ୍ତି

ଏହି ଆକାଉଣ୍ଟ ଜରିଆରେ ଲୋକଙ୍କୁ ଡରାଇ ଧମକାଇ ବଟି ମାଗୁଥିବା ଅଭିଯୋଗ ହୋଇଛି । ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଶିବ ଯୋଗୀ ନାମକ ଜଣେ ଯୁବକଙ୍କୁ ମେସେଜ କରି ଟଙ୍କା ମାଗିଥିଲେ । ଟଙ୍କା ଦେଲେ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ମେସେଜ କରି କହିଥିଲେ । ପୀଡିତ ଯୁବକ ସମ୍ବଲପୁର ଏସପିଙ୍କ ନିକଟରେ ଅଭିଯୋଗ ପରେ ପୋଲିସ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ସମ୍ବଲପୁର ଏସ୍‌ପିଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ଗଠନ କରାଯାଇ ରାଜସ୍ଥାନକୁ ପଠାଯାଇଥିଲା ।

ଏହି ଟିମ୍‌ ଶେଷରେ ୪ ଜଣଙ୍କୁ ରାଜସ୍ଥାନରୁ ଗିରଫ କରି ଆଣିଥିଲେ ଓ ଜଣେ ନାବାଳକକୁ ମଧ୍ୟ ଅଟକ ରଖିଛି । ପୂର୍ବରୁ ମଧ୍ୟ ସମ୍ବଲପୁର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ନାଁରେ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲିବା ଅଭିଯୋଗରେ ଅନେକ ଗିରଫଦାରୀ ହୋଇସାରିଛି । ସାଇବର ଠକମାନେ ଟଙ୍କା ହଡ଼ପ କରିବା ଲାଗି ଏପରି ଅଭିନବ ପନ୍ଥା ଅବଲମ୍ବନ କରୁଛନ୍ତି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁର ଉପଯୋଗ କରି ଏପରି ଠକେଇ କରୁଛନ୍ତି । ଏଣୁ ଏପରି ଠକେଇଠାରୁ ସତର୍କ ରହିବା ପାଇଁ ଜିଲ୍ଲା ସାଇବର ପୋଲିସ ଲୋକମାନଙ୍କୁ ପରାମର୍ଶ ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.